Posted inଖେଳ

ଆଇସିସି ଉପରେ ରାଗିକି ନିଆଁବାଣ ପାକିସ୍ତାନ: ସଫାସଫା କହିଦେଲା ଏମିତି

ଇସଲାମାବାଦ୍‌,୨୧।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ ଜିଦ୍‌ ଧରି ବସିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ରଜା ନକଭି। ଚାମ୍ପିୟନ ଟ୍ରଫି ପାଇଁ କୌଣସି ହାଇବ୍ରିଡ ମଡେଲକୁ ବିଚାର କରାଯିବ ନାହିଁ ବୋଲି ନକଭି ଆଇସିସିକୁ ମଧ୍ୟ ସ୍ପଷ୍ଟ କରିଛନ୍ତି। ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଯିବା ସହିତ ଏହି ପୂରା ବିବାଦ ଆରମ୍ଭ ହୋଇଛି। ଯଦିଓ ବିସିସିଆଇର କୌଣସି ଅଫିସିଆଲ ବିବୃତ୍ତି ଏପର୍ଯ୍ୟନ୍ତ ବାହାରି ନାହିଁ, କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ।
ଜୁଲାଇ ୧୯ରେ କଲମ୍ବୋରେ ଆଇସିସି ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ରିପୋର୍ଟ ଅନୁଯାୟୀ, ହାଇବ୍ରିଡ ମଡେଲକୁ ବିଚାର କରାଯିବ ନାହିଁ ବୋଲି ପିସିବି ସ୍ପଷ୍ଟ କରିଛି। ରିପୋର୍ଟରେ ଏହା କୁହାଯାଇଛି – ପିସିବି ଚେୟାରମ୍ୟାନ ମୋହସିନ ରଜା ନକଭି ଆଇସିସିକୁ ସ୍ପଷ୍ଟ କରିଛନ୍ତି, ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରିବ, ଯେଉଁଥି ପାଇଁ କୌଣସି ହାଇବ୍ରିଡ ମଡେଲ କାର୍ଯ୍ୟକାରୀ ହେବ ନାହିଁ। ପାକିସ୍ତାନକୁ ଭାରତ ଆଣିବା ହେଉଛି ଆଇସିସିର କାମ, ପାକିସ୍ତାନ କ୍ରିକେଟ ବୋର୍ଡର ନୁହେଁ।
କିଛି ସପ୍ତାହ ପୂର୍ବରୁ, ଆଇସିସି ପିସିବି ଦ୍ୱାରା ପଠାଯାଇଥିବା ପ୍ରସ୍ତାବିତ କାର୍ଯ୍ୟସୂଚୀକୁ ସବୁଜ ସଙ୍କେତ ଦେଇଥିଲା। ସେହି କାର୍ଯ୍ୟସୂଚୀ ଅନୁଯାୟୀ ଟିମ ଇଣ୍ଡିଆର ସମସ୍ତ ମ୍ୟାଚ ଲାହୋରର ଗାଡଫି ଷ୍ଟାଡିୟମରେ ଖେଳାଯିବ। ଯଦି ଭାରତ ସେମିଫାଇନାଲ କିମ୍ବା ଫାଇନାଲରେ ପହଞ୍ଚେ, ତେବେ ସେହି ମ୍ୟାଚ ଲାହୋରରେ ମଧ୍ୟ ଖେଳାଯିବ। କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ଏହା ମଧ୍ୟ କୁହାଯାଇଥିଲା ଯେ, ଯଦି ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଆସିବ ନାହିଁ। ପାକିସ୍ତାନ ଦଳ ମଧ୍ୟ ଭାରତ ଆୟୋଜନ କରିବାକୁ ଯାଉଥିବା ୨୦୨୬ ଟି-୨୦ ବିଶ୍ୱକପ ଖେଳିବାକୁ ଯିବ ନାହିଁ।
ଏହାପୂର୍ବରୁ ଏସିଆ କପ ୨୦୨୩ ମଧ୍ୟ ବିବାଦର ବିଷୟ ପାଲଟିଥିଲା, ଯାହା ପାକିସ୍ତାନ ଦ୍ୱାରା ଆୟୋଜିତ ହୋଇଥିଲା। ଶ୍ରୀଲଙ୍କାରେ ଭାରତର ମ୍ୟାଚ ଅନୁଷ୍ଠିତ ହେତୁ ଟିମ ଇଣ୍ଡିଆ ପାକିସ୍ତାନ ଯିବାକୁ ମନା କରିଦେଇଥିଲା। କିନ୍ତୁ ଏଥର ହାଇବ୍ରିଡ ମଡେଲ ପ୍ରତି ପିସିବି ଏକ କଠୋର ମନୋଭାବ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri