Categories: ଖେଳ

ଭାରତକୁ ବିଶାଳ ଲକ୍ଷ୍ୟ ଦେଲା ପାକିସ୍ତାନ

କଲମ୍ବୋ,୨୩ା୭: ଏମଜର୍ିଂ ଏସିଆ କପ୍‌ ଫାଇନାଲରେ ଭାରତ ‘ଏ’କୁ ବିଶାଳ ଲକ୍ଷ୍ୟ ଦେଇଛି ପାକିସ୍ତାନ ‘ଏ’। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ୍‌ ହରାଇ ୩୫୨ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।
ପାକିସ୍ତାନ ପାଇଁ ତାଇବ ତାହିର ସର୍ବାଧିକ ୧୦୮ ରନ ସଂଗ୍ରହ କରିଥିଲେ। ସାହିବଜଦା ଫରହାନ ୬୫ ଏବଂ ସାମ ଆୟୁବ ୫୯ ରନ ସ୍କୋର କରିଥିଲେ। ଓମେର ୟୁସୁଫ ଏବଂ ମୁବାସିର ଖାନ ୩୫-୩୫ ରନରେ ସହଯୋଗ କରିଥିଲେ। ୧୭ ରନ ସ୍କୋର କରି ମହମ୍ମଦ ୱାସିମ ଜୁନିଅର ଅପରାଜିତ ରହିଥିଲେ। ମେହେରାନ ମମତାଜ ୧୩ ରନ ସ୍କୋର କରିଥିଲେ। ମହମ୍ମଦ ହରିସ ଦୁଇ ରନ ସ୍କୋର କରିଆଉଟ ହୋଇଥିଲେ। କାସିମ ଆକ୍ରାମ ଖାତା ଖୋଲିପାରି ନ ଥିଲେ। ରାଜଭାରନ ହଙ୍ଗରଗେକର ଏବଂ ରିୟାନ ପରାଗ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ହର୍ଷିତ ରାଣା, ମାନବ ସୂତାର ଏବଂ ନିଶାନ୍ତ ସିନ୍ଧୁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share