Categories: ଖେଳ

ଭାରତକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା ପାକିସ୍ତାନ

କେପ୍‌ଟାଉନ୍‌,୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଭାରତ ସମ୍ମୁଖରେ ପାକିସ୍ତାନ ୧୫୦ ରନ ଲକ୍ଷ୍ୟ ରଖିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ୍ୱିତୀୟ ଓଭରରେ ଦୀପ୍ତି ଶର୍ମା ଜାଭେରିଆ ଖାନଙ୍କ ଉଇକେଟ୍‌ ନେଇଥିଲେ। ପାଇଥିଲେ। ଜାଭେରିଆ ୬ ବଲରେ ଆଠ ରନ ସ୍କୋର କରିଥିଲେ। ଏହା ପରେ ମୁନିବା ଅଲି ଏବଂ ଅଧିନାୟକ ବିସମା ମାରୋଫ ଦ୍ୱିତୀୟ ଉଇକେଟ ପାଇଁ ୩୨ ରନ ଭାଗିଦାରୀ କରିଥିଲେ।
ବିସ୍‌ମା ଆୟେଶାଙ୍କ ସହ ପଞ୍ଚମ ଉଇକେଟ ପାଇଁ ୪୭ ବଲରେ ୮୧ ରନର ଅପରାଜିତ ଭାଗିଦାରୀ ଖେଳିଥିଲେ। ବିସ୍‌ମା ୫୫ ବଲରେ ୬୮ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୭ଟି ଚୌକା ମାରିଥିଲେ। ଏଥି ସହିତ ଆୟେଶା ୨୫ ବଲରେ ୪୩ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ସେ ଦୁଇଟି ଚୌକା ଓ ଦୁଇଟି ଛକା ମାରିଥିଲେ। ଶେଷ ପାଞ୍ଚ ଓଭରରେ ପାକିସ୍ତାନ ୫୮ ରନ ସଂଗ୍ରହ କରି କୌଣସି ଉଇକେଟ ହରାଇ ନଥିଲା। ଏହି ପରି ୨୦ ଓଭର ପରେ ପାକିସ୍ତାନ ଚାରି ଉଇକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲା। ରାଧା ଯାଦବ ଭାରତ ପକ୍ଷରୁ ସର୍ବାଧିକ ଦୁଇଟି ଉଇକେଟ ନେଇଥିଲେ। ଏଥିସହିତ ପୂଜା ଭାଷ୍ଟ୍ରକର ଏବଂ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share