ନଭେମ୍ବର ୬ ସୁଦ୍ଧା ନିର୍ବାଚନ କରିବାକୁ ଚିଠି ଲେଖିଲେ ପାକିସ୍ତାନ ରାଷ୍ଟ୍ରପତି

ଇସଲାମାବାଦ,୧୪।୯: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ତାରିଖ ସମ୍ପର୍କରେ ରାଷ୍ଟ୍ରପତି ଆରିଫ ଅଲଭି ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନ ରାଜାଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠି ଲେଖି ନଭେମ୍ବର ୬ ସୁଦ୍ଧା ନିର୍ବାଚନ କରିବାକୁ ରାଷ୍ଟ୍ରପତି ଆରିଫ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ ପାଇଁ ସୁପ୍ରିମକୋର୍ଟଙ୍କଠାରୁ ନିର୍ଦ୍ଦେଶ ନେବା ଉଚିତ୍‌।

ଆରିଫ ଲେଖିଛନ୍ତି, ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଅଗଷ୍ଟ ୯ରେ ରାଷ୍ଟ୍ରୀୟ ବିଧାନସଭା ଭଙ୍ଗ କରାଯାଇଥିଲା। ରାଷ୍ଟ୍ରୀୟ ବିଧାନସଭା (ପାକିସ୍ତାନୀ ସଂସଦ) ଭଙ୍ଗ ହେବାର ୯୦ ଦିନ ଭିତରେ ନିର୍ବାଚନ ଅନୁଷ୍ଠିତ ହେବା ଉଚିତ୍‌।

Share