ଇସଲାମାବାଦରେ ମୁତୟନ ହେଲେ ପାକିସ୍ତାନୀ ସେନା

ଇସଲାମାବାଦ,୨୬ ।୫: ପାକିସ୍ତାନ ସରକାର ଇସଲାମାବାଦରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସେଠାରେ ପାକିସ୍ତାନୀ ସେନା ଯବାନ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ବିଳମ୍ବିତ ରାତ୍ରିରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହାର କାରଣ ହେଲା ଯେବେଠାରୁ ଇମ୍ରାନ ସରକାର ବିଦା ହେଲେଣି ସେବେଠାରୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଇମ୍ରାନ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବା ଓ ଲଗାତାର ରାଲି ଜାରି ରହିଛି । ଇମ୍ରାନ ଖାଁ ନିଜ ସମର୍ଥକଙ୍କ ସହ ଆଜାଦ ମାର୍ଚ୍ଚ ବାହାର କରିବାକୁ ଘୋଷଣା କରିଥିଲେ । ଦଳୀୟ କର୍ମୀ ୨୫ ମେ’ରେ ଇସଲାମାବାଦରେ ପହଞ୍ଚିବାର ଥିଲା । ହେଲେ ସରକାର ଏହା ଉପରେ ରୋକ ଲଗାଇ ଦେଇଥିଲେ । ହେଲେ ସୁପ୍ରିମକୋର୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ଆଜାଦି ମାର୍ଚ୍ଚ ପାଇଁ ପିଟିଆଇକୁ ବ୍ୟାକଲ୍ପିକ ସ୍ଥାନ ଯୋଗାଇ ଦିଆଯାଉ । ଏପଟେ ଇସଲାମାବାଦରେ ପିଟିଆଇ କର୍ମୀଙ୍କ ଭିଡ ସହ କିଛି ସ୍ଥାନରେ ହିଂସାର ଖବର ବି ଆସିଥିଲା ।

Share