ଅବତରଣର ୨ ଦିନ ପରେ ପାକିସ୍ତାନ ସରକାର କଲେ ପ୍ରଶଂସା, କହିଲେ ଇସ୍ରୋ ବୈଜ୍ଞାନିକମାନେ ପ୍ରଶଂସା ପାଇବାକୁ ଯୋଗ୍ୟ

ଇସଲାମାବାଦ,୨୬।୮: ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳତାର ସହ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି କାରଣରୁ ସମଗ୍ର ବିଶ୍ୱ ଭାରତକୁ ପ୍ରଶଂସା କରୁଛି। ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ପରେ ଏବେ ପାକିସ୍ତାନ ସରକାର ମଧ୍ୟ ଭାରତର ପ୍ରଶଂସା କରିଛନ୍ତି। ପାକିସ୍ତାନ ସରକାର କହିଛନ୍ତି ଯେ, ଇସ୍ରୋ ବୈଜ୍ଞାନିକମାନେ ପ୍ରଶଂସା ପାଇବାକୁ ଯୋଗ୍ୟ।

ରିପୋର୍ଟ ଅନୁଯାୟୀ, ଚନ୍ଦ୍ରରେ ସଫଳ ଅବତରଣ ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଭାରତକୁ ପ୍ରଶଂସା କରିଛି। ଦୁଇ ଦିନ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଏହା ବୈଜ୍ଞାନିକଙ୍କ ପାଇଁ ସଫଳତା। ଇସ୍ରୋ ବୈଜ୍ଞାନିକମାନେ ଏଥିପାଇଁ ପ୍ରଶଂସା ପାଇବାକୁ ଯୋଗ୍ୟ। ଅବତରଣ ପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀ ମଧ୍ୟ ଟୁଇଟ୍‌ କରି ଭାରତକୁ ଅଭିନନ୍ଦନ ଜଣାଇଥିଲେ।

Share