ସ୍ବିଡେନରେ କୁରାନକୁ ଅପମାନିତ କରିବା ଉପରେ ଦେଶବ୍ୟାପୀ ବିରୋଧପ୍ରଦର୍ଶନ କରିବ ପାକିସ୍ତାନ

ଇସଲାମାବାଦ,୫।୭: ସ୍ବିଡେନରେ ଜଣେ ବ୍ୟକ୍ତି ଇଦ ଅବସରରେ ଖୋଲାଖୋଲି ଭାବେ କୁରାନକୁ ଜାଳି ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅନେକ ଦେଶ ମଧ୍ୟ କୁରାନର ଅପମାନକୁ ନେଇ ଆପତ୍ତି ଉଠାଇଥିବାବେଳେ ବର୍ତ୍ତମାନ ପାକିସ୍ତାନ ସରକାର ସ୍ବିଡେନରେ କୁରାନର ଅପମାନ ବିରୋଧରେ ଦେଶବ୍ୟାପୀ ବିରୋଧ କରିବେ ଏବଂ ଏହା ପୂର୍ବରୁ ମିଳିତ ସଂସଦ ଅଧିବେଶନ ଡକାଯିବ। ସରକାର ଶୁକ୍ରବାର ପବିତ୍ର କୁରାନ ଦିବସ ପାଳନ କରିବେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରତିବାଦରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଶହାବାଜ ଦେଶର ସମସ୍ତ ପ୍ରାନ୍ତରୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଜୁଲାଇ ୭ ଅର୍ଥାତ୍‌ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବ ଏବଂ ସରକାର ଜୁଲାଇ ୬ରେ ସଂସଦର ମିଳିତ ଅଧିବେଶନ ଡାକିବେ।

Share