ଅଞ୍ଜୁଙ୍କ ଭିସାକୁ ଏକ ବର୍ଷ ବୃଦ୍ଧି କଲେ ପାକିସ୍ତାନ ସରକାର

ଇସଲାମାବାଦ,୯।୮: ପାକିସ୍ତାନ ୩୪ ବର୍ଷୀୟ ଭାରତୀୟ ମହିଳାଙ୍କ ଭିସାକୁ ଏକ ବର୍ଷ ବୃଦ୍ଧି କରିଛି। ଯିଏ ତାଙ୍କ ଫେସବୁକ ବନ୍ଧୁଙ୍କୁ ବିବାହ କରିବା ପାଇଁ ଖେବର ପାଖ୍ଟନଖୱା ପ୍ରଦେଶର ଏକ ଗ୍ରାମକୁ ଯାଇଥିଲେ। ମଙ୍ଗଳବାର ତାଙ୍କ ପାକିସ୍ତାନୀ ସ୍ବୀମୀ ଏହି ସୂଚନା ଦେଇଛନ୍ତି। ଦୁଇ ସନ୍ତାନର ମା’ ଅଞ୍ଜୁ ବିବାହ ପୂର୍ବରୁ ଇସଲାମ ଧର୍ମ ଗ୍ରହଣ କରିଥିଲେ। ତେବେ ଅଞ୍ଜୁ ଏହା ପୂର୍ବରୁ କହିଥିଲେ ଯେ, ସେ ବିବାହ କରିବା ପରେ ଭାରତ ଫେରିବେ। ଇସଲାମ ଗ୍ରହଣ କରିବା ପରେ ଅଞ୍ଜୁ ତାଙ୍କର ନୂଆ ନାମ ଫାତିମା ରଖିଛନ୍ତି। ଜୁଲାଇ ୨୫ରେ, ଅଞ୍ଜୁ ତାଙ୍କର ୨୯ ବର୍ଷୀୟ ବନ୍ଧୁ ନାସରୁଲ୍ଲାଙ୍କୁ ବିବାହ କରିଥିଲେ, ଯିଏ ପ୍ରଦେଶର ଉପର ଦିର ଜିଲାରେ ରୁହନ୍ତି। ୨୦୧୯ରେ ଉଭୟଙ୍କର ଫେସବୁକ ମାଧ୍ୟମରେ ବନ୍ଧୁତା ହୋଇଥିଲା।

ନାସରୁଲ୍ଲା ମଙ୍ଗଳବାର କହିଛନ୍ତି ଯେ ଅଞ୍ଜୁଙ୍କ ଭିସା ପୂର୍ବରୁ ଦୁଇମାସ ବୃଦ୍ଧି କରାଯାଇଥିଲା, ଏବେ ତାଙ୍କ ବିବାହ ପରେ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ତାଙ୍କର ଏକ ମାସର ଭିସା ଅଗଷ୍ଟ ୨୦ରେ ସମାପ୍ତ ହେବାର ଥିଲା।

Share