Categories: ଜାତୀୟ

ବିଏସ୍‌ଏଫ୍‌ ଯବାନଙ୍କୁ ଭାରତକୁ ହସ୍ତାନ୍ତର କଲା ପାକିସ୍ତାନ

ଇସ୍‌ଲାମାବାଦ୍‌,୯।୧୨: ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ପଞ୍ଜାବ ସେକ୍ଟରରୁ ଭୁଲରେ ପାକିସ୍ତାନକୁ ପଳାଇଥିବା ବିଏସ୍‌ଏଫ୍‌ ଯବାନଙ୍କୁ ଭାରତକୁ ହସ୍ତାନ୍ତର କରିଛି ଇସ୍‌ଲାମାବାଦ। ବୁଧବାର ପାକିସ୍ତାନ ରେଞ୍ଜର୍ସ ଉକ୍ତ ଯବାନଙ୍କୁ କାବୁ କରିିନେଇଥିଲେ। କେବଳ ସେତିକି ନୁହେଁ, ଉକ୍ତ ଯବାନଙ୍କୁ ପାକିସ୍ତାନ ଦୀର୍ଘ ୩୦ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ପରେ ଏବେ ଭାରତକୁ ଫେରାଇଛି। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ସକାଳ ୬ଟାରୁ ୭ଟା ମଧ୍ୟରେ ବିଏସ୍‌ଏଫ୍‌ କନଷ୍ଟେବଳ ଅବୋହର ସେକ୍ଟର ସୀମାର ମୌଜମ ବେସ୍‌ରେ ଜିରୋ ଲାଇନ୍‌ ଚ୍ୟାକିଂ-ଇନ୍‌ରେ ଅଜାଣତରେ ପାକିସ୍ତାନ ଅଞ୍ଚଳକୁ ପ୍ରବେଶ କରିଥିଲେ। ତେବେ ପାକିସ୍ତାନ ରେଞ୍ଜର୍ସଙ୍କ ସହ କାମାଣ୍ଡାଣ୍ଟ ସ୍ତରର ଫ୍ଲାଗ୍‌ ବୈଠକରେ ଉକ୍ତ ଯବାନଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Share