Categories: ଜାତୀୟ

ଡ୍ରୋନ୍‌ ଯୋଗେ ଗ୍ରେନେଡ୍‌ ପକାଇଛି ପାକିସ୍ତାନ

ଚଣ୍ଡିଗଡ଼, ୨୨ା୧୨: ପଞ୍ଜାବର ଗୁରୁଦାସପୁର ଜିଲାରେ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳରୁ ସୀମା ସୁରକ୍ଷା ବଳ(ବିଏଏସ୍‌ଏଫ୍‌) ଓ ପୋଲିସ ୧୧ ଗ୍ରେନେଡ ଠାବ କରିଛି। ପାକିସ୍ତାନ ଡ୍ରୋନ ଯୋଗେ ଏହି ଗ୍ରେନେଡ ପକାଇଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଭାରତ-ପାକ୍‌ ସୀମା ଦେଇ ଡ୍ରୋନ୍‌ ଗତିବିଧି ସମ୍ପର୍କରେ ବିଏସ୍‌ଏଫ୍‌ ପକ୍ଷରୁ ସୂଚନା ପାଇବା ପରେ ପଞ୍ଜାବ ପୋଲିସ ତୁରନ୍ତ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ଗୁରୁଦାସପୁର ସେକ୍ଟରରେ ନିୟୋଜିତ ବିଏସ୍‌ଏଫ ଯବାନମାନେ ରାତି ପ୍ରାୟ ସାଢ଼େ ୩ଟାରେ ଏକ ପାକ୍‌ ଡ୍ରୋନକୁ ଦେଖିବାକୁ ପାଇଥିଲେ।

Share