ଇସଲାମାବାଦ୍,୧୪।୧୧: ଭାରତ ବିରୋଧରେ ପାକିସ୍ତାନ ମିଥ୍ୟା ଅଭିଯୋଗ ଆଣିଛି। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହା ମେହମ୍ମୁଦ କ୍ୱୁରେଶି ଶନିବାର ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଚାଇନା ସହାୟତାରେ ଆରମ୍ଭ ହୋଇଥିବା ଡ୍ରିମ୍ ପ୍ରୋଜେକ୍ଟ ଚାଇନା-ପାକିସ୍ତାନ ଇକୋନୋମିକ୍ କୋରିଡୋରକୁ ନଷ୍ଟ କରିବା ଲାଗି ଭାରତ ଉଦ୍ୟମ କରୁଛି। ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ଓ୍ବିଙ୍ଗ(ର) ପକ୍ଷରୁ ୮୦ ଶହ କୋଟି ଟଙ୍କା ଦିଆଯାଇ ୭୦୦ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରାଯାଇଛି। ଆତଙ୍କବାଦୀମାନେ ବାଲୁଚିସ୍ତାନ ଏବଂ ଗିଲ୍ଗିଟ୍-ବଲ୍ଟିସ୍ତାନରେ ଅଶାନ୍ତି ସୃଷ୍ଟି ପାଇଁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର ରଚିଥିବା କ୍ୱୁରେଶି ଅଭିଯୋଗ କରିଛନ୍ତି।