‘ଧ୍ୱଂସ ଆଡ଼କୁ ଗତି କରୁଛି ପାକିସ୍ତାନ’

ଇସଲାମାବାଦ,୧୮ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି, ଦେଶ ଧ୍ୱଂସ ଆଡ଼କୁ ଗତି କରୁଛି। ଏପରିକି ବାଂଲାଦେଶ ପରି ପାକିସ୍ତାନ ଖଣ୍ଡ ଖଣ୍ଡ ହୋଇଯିବ। ଶାସକ ଦଳ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣି ଏପରି କହିଛନ୍ତି । ଜମା ପାର୍କରେ ଥିବା ତାଙ୍କ ବାସଭବନରୁ ଏକ ଭିଡିଓ ବାର୍ତ୍ତାରେ ଇମ୍ରାନ ଏହା କହିଛନ୍ତି। ସେ କହିଛନ୍ତି, ଦେଶ ବିପର୍ଯ୍ୟୟ ଆଡ଼କୁ ଗତି କରୁଛି। ତେଣୁ ରାଜନୈତିକ ଅସ୍ଥିରତାକୁ ଦୂର କରିବାର ଏକମାତ୍ର ଉପାୟ ହେଉଛି ନିର୍ବାଚନ। ସେ ଆହୁରି ମଧ୍ୟ କହିଛନ୍ତି, ସରକାରୀ ଅନୁଷ୍ଠାନଗୁଡ଼ିକୁ ନଷ୍ଟ କରାଯାଉଛି। ପାକିସ୍ତାନ ସେନାକୁ ବଦନାମ କରାଯାଉଛି। ମୁଁ ବାରମ୍ବାର କହୁଛି, ମୁଁ କୌଣସି ସରକାରୀ ଅନୁଷ୍ଠାନର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁନାହିଁ। ମୋ’ ବିରୋଧରେ ବାରମ୍ବାର ଷଡ଼ଯନ୍ତ୍ର କରାଯାଉଛି।

Share