ପାକିସ୍ତାନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ପେଶାଓ୍ବର,୧୧ା୬: କାଳବୈଶାଖି ପ୍ରଭାବରେ ପାକିସ୍ତାନର ଖାଇବର ପଖତୁନ୍‌ଖ୍ବା ପ୍ରଦେଶରେ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଯୋଗୁ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏପରିକି ୧୧୦ରୁ ଅଧିକ ଆହତ ଲୋକ ଆହତ ହୋଇଛନ୍ତି।

ବନ୍ନୁ, ଦିଖାନ, ଲାକ୍କି ମାରଓ୍ବାତ୍‌ ଏବଂ କାରାକ ଜିଲାରେ ବର୍ଷା ପବନରେ କାନ୍ଥ ଭୁଶୁଡ଼ିବା ସହ ଗଛ ଉପୁଡ଼ି ପଡ଼ିବାରୁ ଲୋକେ ଚାପି ହୋଇ ମୃତ୍ୟୁ ଘଟିଛି। ଝଡ଼ ତୋଫାନରେ ୬୯ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଆହତମାନଙ୍କୁ ଉଦ୍ଧାର କରି ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରକାର ରିଲିଫ ଲାଗି ୪ କୋଟି ଟଙ୍କା ମଞ୍ଜୁର କରିଥିବା ଜଣାପଡିଛି।

Share