ଇମ୍ରାନଙ୍କ ନୂଆ ପାକିସ୍ତାନ: ଅଣ୍ଡା ୩୦, ଚିନି ୧୦୪, ଅଦା କିଲୋ ୧୦୦୦ ଟଙ୍କା

ଇସଲମାବାଦ,୨୩।୧୨: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନରେ ପଡୋଶୀ ପାକିସ୍ତାନ ଦେବାଳିଆ ହୋଇପଡିଛି। ‘ନୂଆ ପାକିସ୍ତାନ’ ନିର୍ମାଣ କରିବାର ସ୍ବପ୍ନ ଦେଖିବା ଇମ୍ରାନଙ୍କ ଶାସନରେ ମହଙ୍ଗା ମାଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପନିପରିବା ଏବଂ ଡାଲି ସମେତ ଅଣ୍ଡାର ମୂଲ୍ୟ ଆକାଶ ଛୁଆଁ ହୋଇଛି। ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କା, ଗୋଟିଏ କିଲୋ ଚିନି ୧୦୪ ଟଙ୍କା, ଗୋଟିଏ କିଲୋ ଗହମ ୬୦ ଟଙ୍କା ଏବଂ ଅଦା ଏକ ହଜାର ଟଙ୍କା କିଲୋ ପିଛା ବିକ୍ରି ହେଉଛି। ପ୍ରଧାନମନ୍ତ୍ରୀ ଇମ୍ରାନ କିଛି ଦିନ ପୂର୍ବରୁ ଚିନି ମୂଲ୍ୟ ହ୍ରାସ କରିଥିବା ଦାବି କରିଥିଲେ ମଧ୍ୟ ବାସ୍ତବରେ ପାକିସ୍ତାନରେ ମହଙ୍ଗା ସବୁ ରେକର୍ଡ ଭାଙ୍ଗିଛି। ଗତ ଡିସେମ୍ବରଠାରୁ ଦେଶର ପରିସ୍ଥିତି ଖରାପ ହେବାକୁ ଲାଗିଛି।

Share