Pakistan hits Gold mine: ଧନୀ ହୋଇଗଲା କାଙ୍ଗାଳ ପାକିସ୍ତାନ! ମିଳିଲା ୮୦ହଜାର କୋଟି ଟଙ୍କାର ସୁନା ଖଣି, ଭାରତ ସହ ଅଛି ବଡ଼ ଲିଙ୍କ୍‌

ଇସଲାମବାଦ,୬।୩: କାଙ୍ଗାଳରୁ ଧନୀ ହୋଇଯିବ ପାକିସ୍ତାନ। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମିଳି ଯାଇଛି ସୁନାର ଭଣ୍ଡାର। ସିନ୍ଧୁ ନଦୀରେ ବିରାଟ ସୁନାର ଭଣ୍ଡାର ଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି। ଏହି ଭଣ୍ଡାର ପାଖାପାଖି 80,000 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ରିପୋର୍ଟ ଅନୁସାରେ ଏହି ସୁନା ଭଣ୍ଡାର ପଞ୍ଜାବର ଅଟକ ଜିଲାରେ ମିଳିଛି। ପାକିସ୍ତାନ ସରକାରଙ୍କ ଦ୍ୱାରା କରାଯାଉଥିବା ଏକ ସର୍ଭେରେ ସେଠାରେ ସୁନାର ଭଣ୍ଡାର ଥିବା ନେଇ ଜଣାପଡ଼ିଛି। ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏହି ଆବିଷ୍କାରକୁ ଅର୍ଥନୀତି ପାଇଁ ଏକ ଲାଇଫ ଲାଇନ ଭାବେ ବିଚାର କରୁଛି। ବର୍ତ୍ତମାନ ଏହି ସୁନାକୁ ବାହାର କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି, ଯାହା ଦେଶକୁ ଆର୍ଥିକ ଶକ୍ତି ଯୋଗାଇପାରେ। ଏହି ସୁନା ଭଣ୍ଡାରର ଖନନ ପ୍ରକ୍ରିୟା, ପାକିସ୍ତାନର ସରକାରୀ ଇଞ୍ଜିନିୟରିଂ ସେବା କମ୍ପାନୀ, ନ୍ୟାଶନାଲ ଇଞ୍ଜିନିୟରିଂ ସର୍ଭିସ ପାକିସ୍ଥାନ (ନେସପାକ) ଏବଂ ପଞ୍ଜାବର ମାଇନ୍ସ ଏବଂ ମିନେରାଲ୍ସ ବିଭାଗ ଦ୍ୱାରା ପରିଚାଳିତ ହେବ। ଏହି ଆବିଷ୍କାର ପାକିସ୍ତାନର ଖଣି ଶିଳ୍ପ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି କୁହାଯାଉଛି।

ଭୂବିଜ୍ଞାନୀମାନେ କହିଛନ୍ତି ଯେ ଏହି ସୁନା ହିମାଳୟରୁ ସିନ୍ଧୁ ନଦୀ ଦେଇ ପ୍ରବାହିତ ହୋଇ ପାକିସ୍ତାନ ଅଞ୍ଚଳରେ ଜମା ହୋଇଛି। ବିଭାଜନ ପୂର୍ବରୁ ଏହି ଅଂଶ ଭାରତର ଥିଲା, କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନର ଏକ ଅଂଶ । ନଦୀରେ ସୁନାର ଛୋଟ ଖଣ୍ଡ କିମ୍ବା ନାଗେଟ ଆକାରରେ ମିଳିଥାଏ । ଲଗାତାର ପ୍ରବାହ ଫଳରେ ଏହି ସୁନା ଖଣ୍ଡଗୁଡ଼ିକ ଗୋଲ ହୋଇଯାଇ ଗୋଟିଏ ସ୍ଥାନରେ ଜମା ହୋଇଯାଇଛି। ଡିସେମ୍ବର 2024 ସୁଦ୍ଧା ପାକିସ୍ତାନର ସୁନା ଭଣ୍ଡାରର ମୂଲ୍ୟ 5.43 ବିଲିୟନ ଡଲାର ରହିଥିଲା। କିନ୍ତୁ ବର୍ତ୍ତମାନ ଦେଶ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ହୁଏତ ଏବେ ଏହି ସୁନା ଭଣ୍ଡାର ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ରକ୍ଷା କରିପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri