ଇମ୍ରାନଙ୍କୁ ଗିରଫ ପାଇଁ ଅର୍ଡିନେନ୍ସ ଅନୁମୋଦନ କଲେ ଶାହାବାଜ ସରିଫ, ତୋଶାଖାନା ମାମଲାରେ ଆଜି କୋର୍ଟରେ ହାଜର

ଇସଲାମବାଦ,୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଶାହାବାଜ ସରିଫ ସରକାର ଏକ ଅର୍ଡିନେନ୍ସକୁ ଅନୁମୋଦନ କରିଛନ୍ତି। ତେବେ ଏହାକୁ ପାକିସ୍ତାନର ରାଷ୍ଟ୍ରପତିଙ୍କ ବଦଳରେ ତାଙ୍କ କେୟାରଟେକର ସାଜିଦ ସଞ୍ଜରାନୀଙ୍କ ଏହାକୁ ସ୍ବାକ୍ଷର କରିଛନ୍ତି। ସୁପ୍ରିମକୋର୍ଟ ଠାରୁ ନିମ୍ନ ଅଦାଲତ ପର୍ଯ୍ୟନ୍ତ ଇମ୍ରାନଙ୍କୁ ସବୁ ମାମଲାରେ ଆଶ୍ୱସ୍ତି ଦେଇଛନ୍ତି। ମଙ୍ଗଳବାର ତାଙ୍କୁ ଏକା ସାଥିରେ ୧୬ଟି ମାମଲାରେ ଜାମିନ ପ୍ରଦାନ କରାଯାଇଛି। କିନ୍ତୁ ଇମ୍ରାନଙ୍କୁ କୌଣସିମତେ ଗିରଫ କରିବା ପାଇଁ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ନାବ) ନିୟମକୁ ବଦଳାଇଛନ୍ତି ଶାହାବାଜ ସରକାର।

Share