ତୋଶାଖାନା ମାମଲାରେ ଇମ୍ରାନ୍‌ଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ, ଏବେ ଲଢିପାରିବେନି ନିର୍ବାଚନ

ଇସଲାମାବାଦ,୫।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସମସ୍ୟା ବୃଦ୍ଧି ପାଇଛି। ତୋଶାଖାନା ମାମଲାରେ ଇମ୍ରାନ୍‌ ଖାନଙ୍କୁ ଜିଲା-ଅଧିବେଶନ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ଇମ୍ରାନ୍‌ଙ୍କୁ କୋର୍ଟ ଏକ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଇମ୍ରାନ୍‌ଙ୍କ ବିରୋଧରେ ଇସଲାମାବାଦ ପୋଲିସ ଗିରଫ ପରଓ୍ବାନା ଜାରି କରିଛି।

Share