ନୂଆ ସଙ୍କଟରେ ପାକିସ୍ତାନ: ପାଓ୍ବାର ସିଷ୍ଟମ ଫେଲ୍‌…

ଇସଲାମାବାଦ,୨୩।୧ : ଗୋଟିଏ ପରେ ଗୋଟିଏ ସଙ୍କଟ ଦେଇ ପାକିସ୍ତାନ ଗତି କରୁଛି। ଭୟଙ୍କର ଅର୍ଥନୈତିକ ସଙ୍କଟ ଏବଂ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବାରେ ଅସମର୍ଥ ହେଉଥିବା ପାକିସ୍ତାନ ଏବେ ଏକ ନୂଆ ଅସୁବିଧା ପଡ଼ିଛି। ଦେଶରେ ପାଓ୍ବାର ସିଷ୍ଟମ ଫେଲ ହୋଇଛି। ଫଳରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ଇସଲାମାବାଦ, ଲାହୋର ଏବଂ କରାଚି ଭଳି ବଡ ସହରରେ ସମସ୍ୟା ଉପୁଜିଛି।

ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ପାକିସ୍ତାନର ଶକ୍ତି ମନ୍ତ୍ରଣାଳୟ କହିଛି ଯେ ସୋମବାର ସକାଳ ପ୍ରାୟ ୭ଟା ୩୦ ସମୟରେ ପାକିସ୍ତାନର ନ୍ୟାଶନାଲ ଗ୍ରୀଡର ସିଷ୍ଟମ ଫ୍ରିକ୍ୱେନ୍ସି ବିଫଳ ହୋଇଛି। ଏହି କାରଣରୁ, ବିଦ୍ୟୁତ ବ୍ୟବସ୍ଥା ସମଗ୍ର ଦେଶରେ ପ୍ରଭାବିତ ହେତୁ ବିଦ୍ୟୁତ ଯୋଗାଣରେ ବିଫଳତା ଦେଖାଦେଇଛି। ମରାମତି କାମ ଚାଲିଛି। ପାକିସ୍ତାନର ମିଡିଆ ଅନୁଷ୍ଠାନ ମଧ୍ୟ କହିଛି ଯେ ଲାହୋରର କରାଚିର ଅନେକ ଅଞ୍ଚଳରେ ବିଦ୍ୟୁତ ନାହିଁ।

କେ-ଇଲେକ୍ଟ୍ରିକ ମୁଖପାତ୍ର ଇମ୍ରାନ ରାଣା ତାଙ୍କ ଟୁଇଟର ପୋଷ୍ଟରେ କହିଛନ୍ତି ଯେ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ସମ୍ପର୍କରେ ଅନେକ ଖବର ଆସିଛି। ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ ।

Share