ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଇସଲାମବାଦ,୧୬।୮: ଆର୍ଥିକ ସଙ୍କଟରେ ଯୁଝୁଥିବା ପଡୋଶୀ ଦେଶ ପାକିସ୍ତାନରେ ଅତ୍ୟାବଶକୀୟ ଦରଦାମ ଆକାଶଛୁଆଁ ହୋଇଛି। ସେହିପରି ଅଧ ରାତିରେ ଦରବୃଦ୍ଧି ବୋମା ବିସ୍ଫୋରଣ ଭଳି ବିସ୍ଫୋଟ ହୋଇଛି। ପାକିସ୍ତାନ ସରକାର ହଠାତ୍‌ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଆହୁରି ୧୮ ଟଙ୍କା ବୃଦ୍ଧି କରିଛନ୍ତି। ପାକିସ୍ତାନ ସରକାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଯାହା ଗୋଟିଏ ମାସରେ ଦ୍ୱିତୀୟ ଥର ବୃଦ୍ଧି କରାଯାଇଛି।

ନିକଟରେ ଶେହବାଜ ସରିଫ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସୋମବାର ପାକିସ୍ତାନରେ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏକ୍ସ (ପୂର୍ବ ଟ୍ବିିଟର)ରେ ଟ୍ବିଟ୍‌ କରି କହିଛି ଯେ, ଅଗଷ୍ଟ ୧୬ରୁ ପେଟ୍ରୋଲ ଲିଟର ପିଛା ୧୭.୫୦ ପାକିସ୍ତାନୀ ଟଙ୍କା ବଢି ୨୯୦.୪୫ ଟଙ୍କା ହେବ। ସେହିପରି ଡିଜେଲ ଲିଟର ପିଛା ୨୯୩.୪୦ ଟଙ୍କାରେ ବିକ୍ରି ହେବ।

ସୂଚନାଯୋଗ୍ୟ, ଏହି ମାସ ଆରମ୍ଭରେ ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି କରିଥିଲେ।

Share