ଲଣ୍ଡନ କଫି ଶପ୍‌ରେ ପାକିସ୍ତାନ ମନ୍ତ୍ରୀଙ୍କୁ ‘ଚୋରଣୀ’ ଡାକିଲେ ଲୋକେ

ଲଣ୍ଡନ,୨୬।୯: ଲଣ୍ଡନ କଫି ଶପ୍‌ରେ ପାକିସ୍ତାନର ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କୁ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡ଼ିଲା। କଫି ପିଇବା ପାଇଁ ମରିୟମ ଲଣ୍ଡନରେ ଏକ କଫି ଦୋକାନରେ ପହଞ୍ଚିଥିଲେ, ସେହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଥିବା କେବଳ ପାକିସ୍ତାନୀମାନେ ଚୋରଣୀ-ଚୋରଣୀ ସ୍ଲୋଗାନ ଦେବା ସହ ଭିଡିଓ କରିବା ଆରମ୍ଭ କରିଥିଲେ।
ମରିୟମ ପାକିସ୍ତାନର ସୂଚନା ମନ୍ତ୍ରୀ ଅଛନ୍ତି। ପାକିସ୍ତାନରେ ବନ୍ୟା ପରିସ୍ଥିତି ଶୋଚନୀୟ ହୋଇପଡିଛି। ଚାରିଆଡେ ବିନାଶର ଦୃଶ୍ୟ ଦେଖିବାକୁ ମିଳିଛି। ଲୋକମାନେ ଖାଦ୍ୟ ପାଇଁ ଡହଳବିକଳ ହେଉଥିବାବେଳେ ମନ୍ତ୍ରୀ ବିଦେଶ ଯାତ୍ରା ସହିତ ମହଙ୍ଗା ଖର୍ଚ୍ଚ କରୁଛନ୍ତି। ଲଣ୍ଡନରେ ରହୁଥିବା ପାକିସ୍ତାନୀମାନେ ଏଥିପାଇଁ ତାଙ୍କୁ ସମାଲୋଚନା କରିଛନ୍ତି। ତାଙ୍କୁ ପାକିସ୍ତାନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ବବିରୋଧ କରିଛନ୍ତି।

Share