ବନ୍ଦ ହୋଇଯିବ ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ , ବାତିଲ କଲା ୫୦୦ରୁ ଅଧିକ ବିମାନ ଉଡାଣ

ଇସଲାମବାଦ,୨୭।୧୦: ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ (ପିଆଇଏ) ବର୍ତ୍ତମାନ ବନ୍ଦ ହେବା ସମୟରେ ଆସି ପହଞ୍ଚିଛି। ଦେଶରେ ଅର୍ଥନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଟଙ୍କl ଅଭାବରୁ କମ୍ପାନୀ ମଧ୍ୟ ବନ୍ଦ ହେବା ସ୍ଥିତିରେ ପହଞ୍ଚିଛି। ଇନ୍ଧନ ଅଭାବରୁ କମ୍ପାନୀ ଗତ ୧୧ଦିନ ମଧ୍ୟରେ ୫୦୦ରୁ ଅଧିକ ବିମାନକୁ ବାତିଲ କରିଛି। ଅକ୍ଟୋବର ୧୩ରୁ ପିଆଇଏ ୫୩୭ଟି ବିମାନ ବାତିଲ କରିଛି।

Share