ଇସଲାମାବାଦ,୨୬ା୪: ଜମ୍ମୁ କଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଅବଦୁଲ ବସିତ ଭାରତ ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ ବୋଲି ଆଶଙ୍କା କରିଛନ୍ତି।
ଅବଦୁଲ ଏକ ଭିଡିଓରେ କହିଛନ୍ତି, ବର୍ତ୍ତମାନ ପାକିସ୍ତାନର ଲୋକମାନେ ଭାରତ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ କିମ୍ବା ଏୟାର ଷ୍ଟ୍ରାଇକ୍ ବିଷୟରେ ଚର୍ଚ୍ଚା କରୁଛନ୍ତି। ମୁଁ ଭାବୁନାହିଁ କି, ଭାରତ ଏବେ ଆକ୍ରମଣ କରିବ। କାରଣ ଭାରତ ଚଳିତ ବର୍ଷ ଏସ୍ସିଓ ଏବଂ ଜି-୨୦ ବୈଠକ କରୁଛି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଭାରତ ଅଧ୍ୟକ୍ଷତା କରୁଛିି (ଜି -୨୦), ଏଭଳି ବିପଦ ଦେଖାଦେବ ନାହିଁ କିନ୍ତୁ ଆସନ୍ତା ବର୍ଷ ନିର୍ବାଚନ ସମୟରେ ଭାରତ ଆକ୍ରମଣ କରିପାରେ।