ଋଣଭାରରେ ବୁଡ଼ିଛି ପାକିସ୍ତାନ, ଶୁଝିବା ନେଇ ବଢୁଛି ଚିନ୍ତା

ଇସଲାମାବାଦ,୨୨ା୭: ଭାରତର ପଡ଼ୋଶୀ ଦେଶ ପାକିସ୍ତାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପାକିସ୍ତାନ ଅନେକ ବିଲିୟନ ଡଲାର ଋଣ ନେଇଛି। ତେବେ ବର୍ତ୍ତମାନ ଜୁଲାଇରେ ହିଁ ପାକିସ୍ତାନକୁ ୨.୪୪ ବିଲିୟନ ଆମେରିକୀୟ ଡଲାରର ବିଦେଶୀ ଋଣ ପରିଶୋଧ କରିବାକୁ ପଡ଼ିବ।

ପାକିସ୍ତାନ ଯଦି ଦେବାଳିଆ ହୁଏ, ତେବେ ଏତେ ପରିମାଣର ଋଣ ଶୁଝିବ କେମିତି ସେହି ଚିନ୍ତାରେ ପଡ଼ିଛି ଦେଶ। ଏକ ରିପୋର୍ଟ ଅନୁଯାୟୀ, ଚଳିତ ମାସ ପାଇଁ ପାକିସ୍ତାନର ବୈଦେଶିକ ଋଣ ଦେୟ ହେଉଛି ୨.୪୪ ବିଲିୟନ ଡଲାର। ଯାହା ଚାଇନାକୁ ୨.୦୭ ବିଲିୟନ ଆମେରିକୀୟ ଡଲାର ଦେବାକୁ ପଡ଼ିବ। ଏଥିସହ ପାକିସ୍ତାନର ଫ୍ରାନ୍ସକୁ ୨.୮୫ ମିଲିୟନ ଆମେରିକୀୟ ଡଲାର ଏବଂ ଜାପାନ ପାଇଁ ୪.୫୭ ମିଲିୟନ ଆମେରିକୀୟ ଡଲାରର ବିଦେଶୀ ଋଣ ରହିଛି ।

ସରକାରୀ ସୂଚନା ଅନୁଯାୟୀ, ଚଳିତ ମାସ ପାଇଁ ସାଉଦି ଆରବକୁ ୧୯୫ ମିଲିୟନ ଡଲାର ବି ଦେବ ପାକିସ୍ତାନ ।

Share