ସ୍ବାଧୀନତା ଦିବସରେ ୪୦କୋଟି ଟଙ୍କାର ପତାକା ଉଡାଇବ ପାକିସ୍ତାନ

ଇସଲାମବାଦ,୧୫।୭: ପଡୋଶୀ ଦେଶ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଆର୍ଥିକ ପରିସ୍ଥିତିରେ ଦୁର୍ବିସହ ହୋଇ ପଡିଥିବା ପାକିସ୍ତାନକୁ ଆଇଏମଏଫ ୩ ଅରବ ଡଲାରର ଋଣ ଅନୁମୋଦନ କରିଛି। କିନ୍ତୁ ସବୁଥର ପରି ପାକିସ୍ତାନ ଅର୍ଥନୀତି ଏବଂ ଦେଶର ନାଗରିକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଟଙ୍କା ଖର୍ଚ୍ଚ କରିବା ଆରମ୍ଭ କରି ଦେଇଛି।
ଅଗଷ୍ଟ ୧୪ରେ ପାକିସ୍ତାନର ୭୬ତମ ସ୍ବାଧୀନତା ଦିବସ ପାଳନ ହେବାକୁ ଯାଉଛି। ଏଥିପାଇଁ ପଞ୍ଜାବ ସରକାର ୫୦୦ଫୁଟ୍‌ ଉଚ୍ଚ ପୋଲରେ ପତାକା ଉତ୍ତୋଳନ କରିବେ ବୋଲି ଘୋଷଣା କରିଛନ୍ତି। ଏହାର ମୂଲ୍ୟ ପ୍ରାୟ ୪୦ କୋଟି ପିକେଆର।
ସୂଚନା ମୁତାବକ, ଅର୍ଥନୀତିରେ ବିପର୍ଯ୍ୟସ୍ତ ହୋଇଥିବା ପାକିସ୍ତାନକୁ ସୁଦଢ କରିବା ପାଇଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହାୟତା ପ୍ୟାକେଜ ଦେଇଥିଲା। ନଗଦ ସଙ୍କଟରେ ଯୁଝୁଥିବା ପାକିସ୍ତାନର ପଞ୍ଜାବ ଆଗାମୀ ଦୁଇ ବର୍ଷରେ ବିଦେଶୀ ଋଣ ପରିଶୋଧ କରିବାକୁ ୨ହଜାର କୋଟି ଟଙ୍କାର ଆବଶ୍ୟକତା ଅଛି। କିନ୍ତୁ ସରକାର ୪୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

Share