‘ସାରାବିଶ୍ୱରେ ପାକିସ୍ତାନ ଲୋକହସା ହୋଇଛି’

ଓ୍ବାଶିଂଟନ,୨୩ା୭: ଆମେରିକାର ରାଷ୍ଟ୍ରପତିଙ୍କ କଳା ପରାମର୍ଶଦାତା ସହିଦ ଅହମ୍ମଦ ଖାନ କହିଛନ୍ତି, ପାକିସ୍ତାନର ଆଭ୍ୟନ୍ତରୀଣ ରାଜନୀତିରେ ଆମେରିକାର କୌଣସି ସମ୍ପର୍କ ନାହିଁ। ଏଥିସହ ସେ କହିଛନ୍ତି, ଆମେରିକାର ସିନେଟରମାନେ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କୁ ନୁହେଁ, ମାନବିକ ଅଧିକାର ସମ୍ବନ୍ଧରେ ଏକ ସାଧାରଣ ଚିଠି ଲେଖିଛନ୍ତି।

ପାକିସ୍ତାନର ଆଭ୍ୟନ୍ତରୀଣ ରାଜନୀତିରେ ଆମେରିକାର କୌଣସି ସମ୍ପର୍କ ନାହିଁ ଏବଂ ଇମ୍ରାନଙ୍କ ସିଫର ବିବାଦ ପାକିସ୍ତାନକୁ ସାରା ବିଶ୍ୱରେ ଲୋକହସା କରିଛି ବୋଲି ଏକ କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତିଙ୍କ ପରାମର୍ଶଦାତା କହିଛନ୍ତି। ସେ କହିଛନ୍ତି, ଆମେରିକା ପାଇଁ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ହୋଇ ରହିଛି। ଚାଇନା ସହ ପାକିସ୍ତାନର ସମ୍ପର୍କ ଥିବାରୁ ରାଷ୍ଟ୍ରପତି ବାଇଡେନ ତାଙ୍କୁ ଅଣଦେଖା କରିବା ସତକଥା ନୁହେଁ।

ସହିଦ ଅହମ୍ମଦ ଖାନ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆମେରିକାର ସିନେଟରଙ୍କ ଚିଠି ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତା ତେବେ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ରୁ ସହାୟତା ପାଇ ନ ଥାନ୍ତା।

Share