ପାକିସ୍ତାନ ଆମର ଦ୍ୱିତୀୟ ଘର: ତାଲିବାନ

କାବୁଲ,୨୬ ।୮: ଆତଙ୍କବାଦୀଙ୍କ ଘର ହେଉଛି ପାକିସ୍ତାନ । ଏକଥା ବିଶ୍ୱର ଅଧିକାଂଶ ଦେଶ କହୁଥିବା ବେଳେ ପାକିସ୍ତାନ କିନ୍ତୁ ବିଶ୍ୱ ସମ୍ମୁଖରେ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । କିନ୍ତୁ ପାକିସ୍ତାନ ଯେ ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ଏହା ସମସ୍ତେ ଭଲଭାବେ ଜାଣନ୍ତି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଦେଶ ଭାବେ ଏବେ ପାକିସ୍ତାନର ମୁଖା ଖୋଲି ଯାଇଛି । ତାଲିବାନ ପ୍ରବକ୍ତା ଜବିଉଲ୍ଲା ମୁଜହିଦ କହିଛନ୍ତି ତାଲିବାନ ପାକିସ୍ତାନକୁ ତା’ର ଦ୍ୱିତୀୟ ଘର ବୋଲି ଭାବିଛି । ସେ କହିଛନ୍ତି ଆଫଗାନିସ୍ତାନ ମାଟିରେ ଏମିତି କୌଣସି କାର୍ଯ୍ୟ କରାଯିବ ନାହିଁ ଯାହା ପାକିସ୍ତାନର ହିତର ବିରୋଧରେ ଆସିବ । ଏହା ପୂର୍ବରୁ ତାଲିବାନ ପ୍ରବକ୍ତା ଜବିଉଲ୍ଲା ମୁଜହିଦ ଭାରତକୁ ଏକ ସ୍ୱତନ୍ତ୍ର ଦେଶ କହିଥିବା ବେଳେ ଉଭୟଙ୍କ ଭିତର ଭଲ ସମ୍ପର୍କ ରହିବ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ଏହାପରେ ସେ କହିଛନ୍ତି ଆମେ ଶାନ୍ତି ଓ ସାମାନ୍ୟ ସ୍ଥିତିକୁ ଫେରାଇ ଆଣିବାକୁ ସମସ୍ତ ଅଞ୍ଚଳକୁ ନିୟନ୍ତ୍ରଣକୁ ଆଣି ସାରିଲୁଣି ।

Share