Advertisement

ଭାରତଠାରୁ ସହାୟତା ନେବ କି ନାହିଁ ଚିନ୍ତା କରୁଛି ପାକିସ୍ତାନ

ଇସଲାମାବାଦ,୩୧ା୮: କିଛି ସପ୍ତାହ ଧରି ପାକିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଛି। ବନ୍ୟା ଯୋଗୁ ଦେଶରେ ବିସ୍ଥାପିତ ହୋଇଥିବା ହଜାର ହଜାର ଲୋକ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ବନ୍ୟାଜଳ ଦ୍ୱାରା ଫସଲ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଖାଦ୍ୟ ସାମଗ୍ରୀର ତୀବ୍ର ଅଭାବ ମଧ୍ୟରେ ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱୀ ଦେଶ ଭାରତରୁ ସହାୟତା ନେବାକୁ ଚିନ୍ତା କରୁଛି। ପାକିସ୍ତାନୀ ମନ୍ତ୍ରୀ କହିଛନ୍ତି, ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ତର୍ଜାତୀୟ ସହାୟତା ଏଜେନ୍ସିମାନେ ସେମାନଙ୍କୁ ଭାରତରୁ ଖାଦ୍ୟ ଆମଦାନୀ ଉପରେ ପ୍ରତିବନ୍ଧକକୁ ହଟାଇବାକୁ ଅନୁରୋଧ କରୁଛନ୍ତି।

ପାକିସ୍ତାନକୁ ସାହାଯ୍ୟ କରିବାକୁ ଆମେରିକା ଅନ୍ୟ ଦେଶରୁ ୧୬୦ ମିଲିୟନ ଡଲାର ପାଇଁ ନିବେଦନ କରିଛି। ବନ୍ୟା ଯୋଗୁ ପାକିସ୍ତାନ ଖାଦ୍ୟ ଅଭାବର ସମ୍ମୁଖୀନ ହେବା ସହିତ ମୂଲ୍ୟ ବୃଦ୍ଧି ସହିତ ବନ୍ୟା ଦ୍ୱାରା ପ୍ରଭାବିତ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି।

ପାକିସ୍ତାନର ଅର୍ଥମନ୍ତ୍ରୀ ମିଫ୍‌ତାହ ଇସମାଇଲ କହିଛନ୍ତି, ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ଭାରତ ସହ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ଉପରେ ସରକାର ପ୍ରତିବନ୍ଧକକୁ ହ୍ରାସ କରିବାକୁ ଚାହୁଁଛନ୍ତି। ଇସ୍‌ମାଇଲ ତାଙ୍କ ଟୁଇଟରକେହିଛନ୍ତି ଯେ ଏକରୁ ଅଧିକ ଆନ୍ତର୍ଜାତୀୟ ସଂସ୍ଥା ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନଙ୍କୁ ଭାରତରୁ ଖାଦ୍ୟ ସାମଗ୍ରୀ ଆଣିବାକୁ ଅନୁମତି ଦିଅନ୍ତୁ। ଯୋଗାଣ ସର୍ତ୍ତାବଳୀକୁ ଆଧାର କରି ଏବଂ ଏହାର ସହଯୋଗୀ ଅଂଶୀଦାର ତଥା ପ୍ରମୁଖ ହିତାଧିକାରୀଙ୍କ ସହ ପରାମର୍ଶ କରିବା ପରେ ସରକାର ଅନୁମତି ଦେବେ କି ନାହିଁ ସେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share