Categories: ଜାତୀୟ

ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ କରୁଛି ପାକିସ୍ତାନ…

ନୂଆଦିଲ୍ଲୀ,୨୪।୪ : କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସିନ୍ଧୁ ନଦୀ ଜଳ ଚୁକ୍ତିନାମାକୁ ବିଶ୍ୱର ସବୁଠାରୁ ପବିତ୍ର ଚୁକ୍ତି ବୋଲି କହିଛନ୍ତି। ଏଥି ସହ ସେ ଚୁକ୍ତିନାମାର ନିୟମ ଉଲ୍ଲଂଘନ କରିଥିବାରୁ ପାକିସ୍ତାନକୁ ସମାଲୋଚନା କରିଛନ୍ତି।

ଦେଶ ବିଭାଜନ ପରେ ଜଳ ବାଣ୍ଟିବା ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ତିନୋଟି ଯୁଦ୍ଧ ପରେ ମଧ୍ୟ ଭାରତ ଏହି ଚୁକ୍ତିର ପବିତ୍ରତା ବଜାୟ ରଖିଛି, ଯାହାକି ଭାରତର ଚରିତ୍ରକୁ ଦର୍ଶାଏ। ସେ କହିଛନ୍ତି, ନିକଟରେ ପାକିସ୍ତାନ ଭାରତର ଅଧିକାରକୁ ଚ୍ୟାଲେଞ୍ଜ କରି ଏହି ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ଲୋଡିଛି। ଏହି ଚୁକ୍ତିନାମାକୁ ବିଶ୍ୱ ବ୍ୟାଙ୍କ ମଧ୍ୟ ଅନୁମୋଦନ କରିଛି କିନ୍ତୁ ପାକିସ୍ତାନ ଅନ୍ତର୍ଜାତୀୟ ନ୍ୟାୟାଳୟ ନିକଟରେ ପହଞ୍ଚିଛି। ପାକିସ୍ତାନର ଏହି ଦୋହରା ମନୋଭାବ ଚୁକ୍ତିର ବିରୁଦ୍ଧ ବୋଲି ସେ କହିଛନ୍ତି।

Share