Categories: ଜାତୀୟ

ଭାରତକୁ ଦୋହଲାଇ ଦେବାର ଷଡଯନ୍ତ୍ର! ପିଓକେରେ ଆତଙ୍କବାଦୀ ସଙ୍ଗଠନ ସହ ବୈଠକ କଲା ଆଇଏସ୍‌ଆଇ

ନୂଆଦିଲ୍ଲୀ,୧୫ ।୧୦: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ବିସେସ ଇଣ୍ଟଲିଜେନ୍ସ (ଆଇଏସ୍‌ଆଇ) ଓ କିଛି ଆତଙ୍କବାଦୀ ସଙ୍ଗଠନର ମୁଖ୍ୟଙ୍କ ମଧ୍ୟରେ ନିକଟରେ ବୈଠକ ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ଏହି ବୈଠକ ପିଓକେର ମୁଜାଫରାବାଦରେ ହୋଇଛି । ଏହି ବୈଠକରେ ଭାରତ ଓ ବିଶେଷ କରି ଜମ୍ମୁ-କଶ୍ମୀରକୁ କେମିିତି ଦୋହଲାଇ ଦେଇ ହେବ ସେ ସମ୍ପର୍କରେ ଆଲୋଚନା ହୋଇଛି । ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହି ସୂଚନା ମିଳିଛି । ସେପ୍ଟେମ୍ବର ୨୧ରେ ଆଇଏସ୍‌ଆଇ ଅଧିକାରୀ ଓ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହାକୁ ନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ଆଲର୍ଟ ଜାରି କରିଛି । କୁହାଯାଉଛି କି ଏହି ବୈଠକରେ ବିଶେଷ ଭାବେ ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଅଧିକ କରା ଯିବାକୁ ଯୋଜନା କରାଯାଇଛି । ତେବେ ଟାର୍ଗେଟ କିଲିଂ ଓ ଅନ୍ୟ ଆକ୍ରମଣ ପାଇଁ ନିଜକୁ ଦାୟୀ କରିବାକୁ ନୂଆ ନୂଆ ଆତଙ୍କବାଦୀ ସଙ୍ଗଠନ ଗଠନ କରାଯାଇଥିବା ଜଣାପଡିଛି । ଏମାନେ ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଯାଞ୍ଚ ଏଜେନ୍ସିକୁ ବାଟବଣା କରିବାକୁ ଯୋଜନା କରୁଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି କି ଏମାନଙ୍କ ଟାର୍ଗେଟରେ ଅଛନ୍ତି ପୋଲିସ ଇନଫରମର, ସୁରକ୍ଷା କର୍ମୀ ଓ ଗୁଇନ୍ଦା ସଂସ୍ଥାରେ କାମ କରୁଥିବା କଶ୍ମୀର ବାସିନ୍ଦା ।

Share