ସୋସିଆଲ ମିଡିଆ ମାଧ୍ୟମରେ ଦେଶରେ ଖାଲିସ୍ତାନୀ ଏଜେଣ୍ଡା ବିସ୍ତାର କରୁଛି ଆଇଏସ୍‌ଆଇ

ନୂଆଦିଲ୍ଲୀ,୨୭।୯: ପାକିସ୍ତାନ କୌଣସି ପ୍ରକାରେ ଭାରତ ବିରୋଧରେ ଷଡଯନ୍ତ୍ର ଜାରି ରଖିଛି। ସମସ୍ତେ ଏହା ଭଲ ଭାବରେ ଜାଣନ୍ତି। ଆତଙ୍କବାଦୀଙ୍କ ସହ ବର୍ତ୍ତମାନ ପାକିସ୍ତାନର ଖଲିସ୍ତାନୀ ସହିତ ବନ୍ଧୁତା ମଧ୍ୟ ବୃଦ୍ଧି ପାଇଛି। ଏହି ବନ୍ଧୁତା ଘୃଣାର ମୂଳଦୁଆ ଉପରେ ଆଧାରିତ, କାରଣ ପାକିସ୍ତାନ ସୋସିଆଲ ମିଡିଆକୁ ଅସ୍ତ୍ର କରି ଭାରତ ବିରୋଧରେ ଖଲିସ୍ତାନୀମାନଙ୍କୁ ଉସକାଉଛି। ଏହି ସୂଚନା ଏନ୍‌ଆଇଏ ସୂତ୍ରରୁ ସାମ୍ନାକୁ ଆସିଛି।

ଏନ୍‌ଆଇଏ ସୂତ୍ରରୁ ପ୍ରକାଶ ଯେ, ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ଏବଂ ଭାରତ ବିରୋଧରେ ଖାଲିସ୍ତାନୀମାନଙ୍କୁ ଉତ୍ତେଜିତ କରିବା ପାଇଁ ପାକିସ୍ତାନରୁ ୩୦ରୁ ଅଧିକ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରାଯାଉଛି। ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସ୍‌ଆଇ ଏବଂ ଖାଲିସ୍ତାନୀ ଆତଙ୍କବାଦୀମାନେ ଭାରତ ସମେତ ସମଗ୍ର ବିଶ୍ୱରେ ୩୦ରୁ ଅଧିକ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।

Share