୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା

ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ସେ ବନ୍ଦୀ ହୋଇଥିଲେ। ତାଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରଥମେ ସୂଚନା ଦିଆଯାଇଥିଲା। ତେବେ ଏହାର ଏକ ବର୍ଷ ପରେ ରାଓ୍ବଲପିଣ୍ଡି ରେଡ଼ିଓ ମଙ୍ଗଳ ଜୀବିତ ଥିବା ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ମନ ଦୁଃଖ କରିଥିଲେ। ପରେ ସେ ଜୀବିତ ଥିବା ଶୁଣି ମନରେ ଖୁସି ଆସିଥିଲେ ବି ସେ କେବେ ଫେରିବେ ସେ ନେଇ ପରିବାର ଲୋକେ ଆଶଙ୍କାରେ ଥିଲେ। ୧୯୬୨ରେ ମଙ୍ଗଳ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବାଂଲାଦେଶସୀମାରେ ଲଢୁଥିବାବେଳେ ତାଙ୍କୁ ବନ୍ଦୀ କରାଯାଇଥିଲା। ଏବେ ସେ କୋଟ ଲଖପତ୍‌ଜେଲ୍‌ରେ ରହିଛନ୍ତି। ଘରେ ମଙ୍ଗଳଙ୍କ ବାଟ ଚାହିଁ ସ୍ତ୍ରୀ ସତ୍ୟା ଦେବୀ ଏବଂ ପୁଅ ଦଲଜିତ୍‌ ସିଂ ବସିଛନ୍ତି। ଇତିମଧ୍ୟରେ ଦଲଜିତ୍‌ ସେନାରୁ ଅବସର ମଧ୍ୟ ନେଇଛନ୍ତି। ପିତାଙ୍କୁ ପାକିସ୍ତାନ ଜେଲରୁ ମୁକ୍ତ କରିବା ଲାଗି ସେ ଭାରତ ସରକାରଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।

Share