ପାକିସ୍ତାନୀ ଖବରଦାତା ଅରଶଦ ଶରିଫଙ୍କ ହତ୍ୟା ମାମଲାରେ ମାଆ-ପତ୍ନୀଙ୍କୁ କରାଯିବ ପଚରାଉଚରା

ଇସଲାମାବାଦ,୧୦ ।୧୨: ପାକିସ୍ତାନୀ ଖବରଦାତା ଅରଶଦ ଶରିଫଙ୍କ କେନିଆରେ ହୋଇଥିବା ହତ୍ୟା ମାମଲାର ଯାଞ୍ଚ ଚାଲିଛି । ପାକିସ୍ତାନରେ ଗଠିତ ସ୍ପେଶାଲ ଜଏଣ୍ଟ ଇନୋଭୋଶନ ଟିମ ଏହି ମାମଲାର ଯାଞ୍ଚରେ ମୃତ ଖବରଦାତାଙ୍କ ମାଆ ଓ ପତ୍ନୀଙ୍କ ବୟାନ ରେକର୍ଡ କରିବାକୁ ନିଷ୍ପତ୍ତି ନେଇଛି । ଶୁକ୍ରବାର (୯ ଡିସେମ୍ବର)ସ୍ପେଶାଲ ଟିମ ଡିଆଇଜି ମୁଖ୍ୟାଳୟରେ ଏହାର ପ୍ରଥମ ବୈଠକ କରିଛି ।
ସୂଚନାଯୋଗ୍ୟ, କେନିଆର ରାଜଧାନୀ ନାଇରୋବିରେ ପାକିସ୍ତାନର ଜଣେ ବରିଷ୍ଠ ଖବରଦାତାଙ୍କ ହତ୍ୟା ମାମଲାର ଯାଞ୍ଚ ପାଇଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ ଟିମର ଗଠନ କରାଯାଇଛି ।
ଏଆରୱାଇ ନ୍ୟୁଜର ରିପୋର୍ଟ ଅନୁଯାୟୀ ପାକିସ୍ତାନ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ବିଶେଷ ଜେଆଇଟି ଖବରଦାତା ଅରଶଦ ଶରିଫଙ୍କ ମାଆ ଓ ପତ୍ନୀଙ୍କ ସାକ୍ଷି ଗ୍ରହଣ କରିବା ସହ ଅନ୍ୟ କେତେଜଣଙ୍କୁ ବି ପଚରା ଉଚରା କରିବ । ଏହି ମାମଲାରେ ସମସ୍ତ ବିବାଦୀୟ ଲୋକଙ୍କ ବୟାନ ରେକର୍ଡ କରିବାକୁ ସେମାନଙ୍କୁ ସମ୍ପର୍କ କରାଯାଇଛି । ଟିମର ସଦସ୍ୟ କେନିଆ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

Share