ଇସଲାମାବାଦ,୧୬।୪: ପାକିସ୍ତାନର ଇଣ୍ଟର ସର୍ଭିସେସ ପବ୍ଲିକ ରିଲେଶନ୍ସ(ଆଇଏସପିଆର) ସୁରକ୍ଷା ଅଧିକାରୀଙ୍କ ସହ ଆତଙ୍କବାଦୀଙ୍କର ସଂଘର୍ଷ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଖେବର ପଖତୁନଖ୍ବାର ଦକ୍ଷିଣ ବଜିରିସ୍ତାନ ଜିଲାରେ ସୁରକ୍ଷା ଅଧିକାରୀଙ୍କ ସହ ସଂଘର୍ଷରେ ୮ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।
ସେନାର ମିଡିଆ ମାମଲାର ଶାଖା ଇଣ୍ଟର-ସର୍ଭିସେଜ ପବ୍ଲିକ ରିଲେଶନ୍ସ କହିଛି ଏହି ଘଟଣାରେ ୨ ସୁରକ୍ଷା ଅଧିକାରୀଙ୍କର ବି ମୃତ୍ୟୁ ହୋଇଛି। ଆଇଏସପିଆର ଅନୁଯାୟୀ, ୨ ସେନା, କୁର୍ରମ ଜିଲାର ପାରାଚିନାର ନିବାସି ୨୫ ବର୍ଷିୟ ଲାନ୍ସ ନାଏକ ସୋଏବ ଅଲି ଓ ଲକ୍କି ମରବତ ଜିଲାର ନିବାସୀ ୨୨ ବର୍ଷିୟ ସିପାହୀ ରଫଇ ଉଲ୍ଲାହଙ୍କର ମୃତ୍ୟୁ ହୋଇଛି।