ଖେବର ପାଖ୍ଟନଖୱା ପ୍ରଦେଶରେ ୧୦ ଆତଙ୍କବାଦୀ ନିହତ

ଇସଲାମାବାଦ,୪।୧୦: ପାକିସ୍ତାନର ଅଶାନ୍ତ ଖେବର ପାଖ୍ଟନଖୱା ପ୍ରଦେଶରେ ପାକିସ୍ତାନୀ ସୈନିକଙ୍କ ଦ୍ୱାରା କରାଯାଇଥିବା ଅପରେଶନ ସମୟରେ ଅତି କମରେ ୧୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମଙ୍ଗଳବାର ପ୍ରକାଶିତ ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।

ପ୍ରଦେଶର ଟେଙ୍କ ଜିଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସେନା ଏହି ଅପରେଶନ ଆରମ୍ଭ କରିଥିଲା। ପାକିସ୍ତାନ ସେନାର ମିଡିଆ ଶାଖା କହିଛି ଯେ, ଆଫଗାନିସ୍ତାନ ସୀମାବର୍ତ୍ତୀ ଅଶାନ୍ତ ଜିଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବା ପରେ ସୋମବାର ସୁରକ୍ଷା ବାହିନୀ ୧୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି।

 

Share