ଇରାନକୁ ଔଷଧ ମାଗିଲା ପାକିସ୍ତାନ

ଇସଲାମବାଦ,୭।୯: ପାକିସ୍ତାନ ବର୍ତ୍ତମାନ ବୃହତ ଅର୍ଥସଙ୍କଟ ଦେଇ ଗତି କରୁଛି। ଖାଦ୍ୟପଦାର୍ଥ ମହଙ୍ଗା ହେବା ସହ ଲୋକ ଖାଇବାକୁ ମୁଠେ ପାଉ ନାହାନ୍ତି। ତେବେ ଦେଶରେ ବୈଦେଶିକ ମୁଦ୍ରା ଅଭାବରୁ କିଛି ମାସ ଧରି ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଇଛି। ଏଥିପାଇଁ ଦେଶରେ ସ୍ବାସ୍ଥ୍ୟ ସେବା ଅତି ସଙ୍କଟାପନ୍ନବସ୍ଥା ଦେଇ ଗତି କରୁଛି। ଜେନେରିକ ଔଷଧର ମଧ୍ୟ ଅଭାବ ଦେଖାଦେଇଛି। ପାକିସ୍ତାନରେ ଔଷଧ ଏବଂ ସ୍ଥାନୀୟ ଔଷଧ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲର ଅଭାବ ରହିଛି। ବର୍ତ୍ତମାନ ପାକିସ୍ତାନ ଇରାନକୁ ସାହାଯ୍ୟ ମାଗିଛି ଯାହାଦ୍ୱାରା ଇରାନ ଅତି କମରେ ଜୀବନ ରକ୍ଷାକାରୀ ଔଷଧ ଯୋଗାଇ ପାରିବ।

ପାକିସ୍ତାନର ସ୍ବାସ୍ଥ୍ୟ ସେବା ମନ୍ତ୍ରୀ ନଦିମ ଜାନ ଏବଂ ଇରାନର ରାଷ୍ଟ୍ରଦୂତ ରେଜା ଆମିରି ମୋଗାଡାମଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାକିସ୍ତାନ ଇରାନକୁ ଔଷଧ ଯୋଗାଇବା ପାଇଁ ସାହାଯ୍ୟ ମାଗିଛି। ଏନେଇ ଦେଶର ଖବରକାଗର ଡ୍ରନରେ ଏକ ଖବର ପ୍ରକାଶ ପାଇଛି।

ପାକିସ୍ତାନରେ ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଇଛି। ପାକିସ୍ତାନର ଅବସ୍ଥା ଏତେ ଖରାପ ହୋଇଛି ଯେ ମଧୁମେହ ରୋଗୀଙ୍କ ପାଇଁ ଇନସୁଲିନ ପାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି। ଔଷଧ ବିକଳରେ ଜନସାଧରଣ ବିକଳ ହେଉଛନ୍ତି। ସେହିପରି ଭାବରେ ଯେତିକି ବି ଔଷଧ ବିକ୍ରି ହେଉଛି ସେସବୁ କଳା ବଜାରରେ ବିକ୍ରି ହେଉଛି। ଔଷଧକୁ ଦୁଇଗୁଣ ମୂଲ୍ୟରେ ବିକ୍ରି କରାଯାଉଛି। କେବଳ ଏତିକି ନୁହେଁ, ବଜାରରେ ନିମ୍ନ ମାନର ଔଷଧ ପ୍ରଚୁର ପରିମାଣ ରହିଛି। ପାକିସ୍ତାନୀ ଫାର୍ମା ଇଣ୍ଡଷ୍ଟ୍ରି କହିଛି, ଯଦି ଔଷଧ କିମ୍ବା ଏହାର କଞ୍ଚାମାଲ ଆମଦାନୀ ଶୀଘ୍ର ଆରମ୍ଭ ନ ହୁଏ, ତେବେ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯିବ।

Share