ଡ୍ରଗ୍ସ ଚୋରା କାରବାରରେ ପାକିସ୍ତାନ ଆଗରେ…

ଇସଲାମାବାଦ,୨୯।୧୨ : ଭାରତ ସମେତ ଅନେକ ଦେଶକୁ ଆତଙ୍କବାଦୀ ପଠାଉଥିବା ପାକିସ୍ତାନ ବର୍ତ୍ତମାନ ଡ୍ରଗ୍ସ ଚୋରା କାରବାରରେ ମଧ୍ୟ ବିଶ୍ୱରେ କୁଖ୍ୟାତ ହେବାରେ ଲାଗିଛି। ଅନେକ ଆଫ୍ରିକୀୟ ଏବଂ ଆରବ ଦେଶ ଏହାର ଶିକାର ହେଉଛନ୍ତି। ନାଇଜେରିଆରୁ ଗଲ୍ଫ ଦେଶ ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତୃତ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରା ଚାଲାଣର ନେଟୱାର୍କ ପାକିସ୍ତାନରୁ ଲମ୍ବିଛି। ଜିଓ-ପଲିଟିକ ଏହାର ନୂତନ ରିପୋର୍ଟରେ ଏହି ଦାବି କରିଛି।

ଏହି ରିପୋର୍ଟରେ ପାକିସ୍ତାନର ଶିକାର ହୋଇଥିବା ନାଇଜେରିଆର ଉଦାହରଣ ଦିଆଯାଇଛି। କେବଳ ୫୦ ରୁ ୧୦୦ ମିଗ୍ରା ଡୋଜ ଥିବା ଟ୍ରାମାଡୋଲକୁ ଏଠାରେ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଏହା ପାକିସ୍ତାନରୁ ୨୦୦ ଏବଂ ୨୨୫ ମିଗ୍ରା ପର୍ଯ୍ୟନ୍ତ ଚୋରା ଚାଲାଣ କରାଯାଉଛି। ଯେଉଁମାନେ ଏହାକୁ ସେବନ କରିନ୍ତି ସେମାନେ କୋମା କିମ୍ବା ମରିଯିବାର ଆଶଙ୍କା ରହିଥାଏ। ସେହିଭଳି କୋଡାଇନ ମଧ୍ୟ ଚୋରା ଚାଲାଣ କରାଯାଉଛି, ଯାହା ଯକୃତର କ୍ଷତି, ଅଲସର୍‌, ଶ୍ୱାସକ୍ରିୟା ରୋଗ, କୋମା ଏବଂ ମୃତ୍ୟୁ ଘଟାଇପାରେ। ଜିଓ-ପଲିଟିକ ଅନୁଯାୟୀ, ୨୦୧୨ ମସିହାରୁ ନାଇଜେରିଆରେ, ଏହି ଓପିଓଏଡ (ଆପିମ ରୁ ଉତ୍ପନ୍ନ ଯନ୍ତ୍ରଣା ଉପଶମକାରୀ) କେବଳ ପ୍ରେସକ୍ରିପସନ ଦ୍ୱାରା ବ୍ୟବହୃତ ହେଉଛି। ସେଗୁଡିକ ସ୍ଥାନୀୟ ଭାବରେ ଉତ୍ପାଦିତ ହୁଏ, କିନ୍ତୁ ପଞ୍ଜୀକୃତ ହୋଇ ନଥିବା ଏହି ଡ୍ରଗ୍ସ କରାଚିରୁ ଚୋରା ଚାଲାଣ ଜାରି ରହିଛି।

୧୮ ଡିସେମ୍ବର ୨୦୨୨ ରେ, ନାଇଜେରିଆର ଜାତୀୟ ଡ୍ରଗ୍ସ ଆଇନ ପ୍ରବର୍ତ୍ତନ ଏଜେନ୍ସି ପାକିସ୍ଥାନ ଏବଂ ଦକ୍ଷିଣ ଆଫ୍ରିକାରୁ ଚୋରା ଚାଲାଣ ହୋଇଥିବା ୧୭ ଲକ୍ଷ ଓପିଓଏଡ ବଟିକା ଜବତ କରିଛି। ଏହା
ଫେବୃଆରୀ ୧୬ ରେ, ଅଧିକାରୀମାନେ ୨୨୫ ମିଗ୍ରା ଟ୍ରାମାଡୋଲର ୬.୫୦ ଲକ୍ଷ କ୍ୟାପସୁଲ ଜବତ କରିଥିଲେ। ଏହାର ଓଜନ ୪୬୧ କିଲୋଗ୍ରାମ ଥିଲା। ଏହାକୁ ନାଇଜେରିଆକୁ ପାକିସ୍ତାନରୁ ଇଥିଓପିଆ ଏୟାରଲାଇନ୍ସ ଆଣିଥିଲା।

Share