Categories: ଖେଳ

ପାକିସ୍ତାନ ଠାରୁ ହାରିଲା ଭାରତ, ଫେଲ୍‌ ମାରିଲେ ଲିଜେଣ୍ଡ୍‌ ବାହିନୀ

ନୂଆଦିଲ୍ଲୀ, ୭।୭: ଇଂଲଣ୍ଡରେ ଆୟୋଜିତ ବିଶ଼୍ବ ଚାମ୍ପିୟନ୍‌ସିପ୍‌ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଏହି ଟୁର୍ଣ୍ଣାମେଣ୍ଟର ୮ତମ ମ୍ୟାଚ୍‌ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍‌କୁ କ୍ରିକେଟ୍‌ ପ୍ରେମୀ ଅପେକ୍ଷା କରି ରହିଥିଲେ । କାରଣ ମଇଦାନ୍‌ରେ ଲିଜେଣ୍ଡ୍‌ ଖେଳାଳିଙ୍କୁ ପୁଣିଥରେ ଦେଖିବାକୁ ମିଳିବ । ଏହି ମ୍ୟାଚ୍‌ ହାଇସ୍କୋରିଂ ରହିଥିଲା । କିନ୍ତୁ ଭାରତକୁ ଏହି ମ୍ୟାଚ୍‌ରେ ୬୮ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ରେ ଇର୍‌ଫାନ୍‌ ପଠାନ ଗୋଟିଏ ଓଭରରେ ୨୫ ରନ୍‌ ଦେଇ ଦଳକୁ ନିରାଶ କରିଥିଲେ । ଅନ୍ୟପଟେ ଯୁବରାଜ ସିଂଙ୍କ ଭଳି ଖେଳାଳି ମଧ୍ୟ ପାକିସ୍ତାନ ବୋଲରଙ୍କ ଆଗରେ ଫେଲ୍‌ ମାରିଥିଲେ । ଯୁବରାଜ ସିଂ ଆହତ କାରଣରୁ ହରଭଜନ ସିଂଙ୍କୁ ଅଧିନାୟକତ଼୍ବ ମିଳିଥିଲା । ସେ କେବଳ ବୋଲିଂ କରିଥିଲେ । ଭଜି ଟଚ୍‌ ହାରି ପ୍ରଥମେ ବୋଲିଂ କରିବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା ।

ପାକିସ୍ତାନ ବୋଲର କାମରାନ ଅକମଲ୍‌ ଏବଂ ଭରଜିଲ ଖାନ୍‌ଙ୍କ ଯୋଡ଼ି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଖେଳିବାକୁ ସୁଯୋଗ ଦେଇନଥିଲେ । ଏହି ଦୁଇ ବୋଲରଙ୍କୁ ପ୍ରଥମ ୱିକେଟ୍‌ ପାଇଁ ୧୦.୫ ଓଭରରେ ୧୪୫ ରନ୍‌ ଦେବାକୁ ପଡ଼ିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୨୪୩ ରନ୍‌ କରିଥିଲା । ଏହା ଲିଜେଣ୍ଡ ଚାମ୍ପିୟନ୍‌ସିପ୍‌ର ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ରନ୍‌ । ଭାରତ ଆଗରେ ୨୪୪ ରନ୍‌ର ବିଶାଳ ଟାର୍ଗେଟ୍‌ ଥିବା ବେଳେ ଟିମ୍‌ କିନ୍ତୁ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୭୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

Share