ଇମ୍ରାନ ଖାନଙ୍କ ରାଲିରେ ଗୁଳିକାଣ୍ଡ

ଇସଲାମାବାଦ,୩।୧୧: ପାକିସ୍ତାନର ଗୁଜରାନୱାଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆଜାଦି ମାର୍ଚ୍ଚରେ ଗୁଳିକାଣ୍ଡ ଘଟିଛି। ଇମ୍ରାନଙ୍କ କଣ୍ଟେନର ନିକଟରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ଇମ୍ରାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଇମ୍ରାନଙ୍କ ଡାହାଣ ଗୋଡରେ ଗୁଳି ବାଜିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ଶେହଓ୍ବାଜ ଶରିଫ ସରକାରଙ୍କ ବିରୋଧରେ ଆଜାଦି ମାର୍ଚ୍ଚ ଆରମ୍ଭ କରିଛନ୍ତି ଇମ୍ରାନ। ଏହି ମାର୍ଚ୍ଚ ଲାହୋରରୁ ଇସଲାମାବାଦ ଅଭିମୁଖେ ବାହାରିଛି। ଏହି ପଦଯାତ୍ରା ସମୟରେ ଇମ୍ରାନ ଯେଉଁ କଣ୍ଟେନରରେ ଥିଲେ ସେଠାରେ ଗୁଳିକାଣ୍ଡ ହୋଇଥିଲା।
ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ପରେ ପାକିସ୍ତାନ ରାଜନୀତିରେ ପୁଣି ଥରି ଉଠିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ମଧ୍ୟ ଏକ ରାଲିରେ ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିଲେ।

Share