ଖାଇବାକୁ ଦେଇ ନ ପାରି ସ୍ତ୍ରୀ, ୭ ପିଲାଙ୍କୁ କୁରାଢ଼ିରେ ହାଣି ହତ୍ୟା

ଲାହୋର,୧୨ା୪ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ବ୍ୟକ୍ତି ଦାରିଦ୍ର୍ୟର ତାଡ଼ନାରେ ଅତିଷ୍ଠ ହୋଇ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସାଜଦ ଖୋକର ପରିବାର ସଦସ୍ୟମାନଙ୍କୁ ଖାଇବାକୁ ଦେଇ ନ ପାରି ଶୁକ୍ରବାର ନିଜର ସ୍ତ୍ରୀ ଓ ୭ ଜଣ ପିଲାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ୭ ପିଲାଙ୍କ ମଧ୍ୟରୁ ୪ ଜଣ ଝିଅ ଏବଂ ୩ ପୁଅ। ସେମାନଙ୍କର ବୟସ ୮ ମାସରୁ ୧୦ ବର୍ଷ ମଧ୍ୟରେ। ସାଜଦ ଆର୍ଥତ୍କ ସଙ୍କଟକୁ ନେଇ ବିଚଳିତ ଥିଲେ ଓ ଅନେକ ସମୟରେ ସ୍ତ୍ରୀଙ୍କ ସହ ଝଗଡ଼ା କରୁଥିଲେ। ପୋଲିସ ତାଙ୍କୁ ଗିରଫ କରିବା ସହ ହତ୍ୟା ମାମଲା ରୁଜୁ କରିଛି।

Share