ପ୍ରତିଦିନ ବୁଲେଟିନରେ ପ୍ରସାରିତ ହେବ ପାକିସ୍ତାନର ମ୍ୟାପ୍‌

ଇସଲାମାବାଦ୍‌,୮।୧୧: ପାକିସ୍ତାନରେ ପ୍ରତିଦିନ ରାତି ୯ଟା ବୁଲେଟିନରେ ଜାତୀୟ ଓ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲରେ ଦେଶର ନୂଆ ମ୍ୟାପ୍‌ ପ୍ରଦର୍ଶିତ କରାଯିବ। ଏ ନେଇ ପାକିସ୍ତାନ ଇଲେକ୍‌ଟ୍ରୋନିକ୍‌ ମିଡିଆ ରେଗୁଲେଟର ଅଥରିଟି (ପେମରା) ନିର୍ଦ୍ଦେଶ ଜାରି କରିଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନର ନୂଆ ମ୍ୟାପ୍‌କୁ ଗତବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସ୍ବୀକୃତି ପ୍ରଦାନ କରିଥିଲେ। ସେହି ମ୍ୟାପ୍‌ରେ ଜମ୍ମୁ-କଶ୍ମୀରକୁ ପାକିସ୍ତାନ ତା’ର ଅଂଶ ବୋଲି ଦର୍ଶାଇଥିଲା।

ସମସ୍ତ ନ୍ୟୁଜ ଚ୍ୟାନେଲ (ବ୍ୟକ୍ତିଗତ ଓ ରାଷ୍ଟ୍ରୟତ)କୁ ପ୍ରତି ଦିନ ରାତି ୯ଟା ବୁଲେଟିନରେ ପାକିସ୍ତାନର ରାଜନୈତିକ ମ୍ୟାପ୍‌କୁ ୨ ସେକେଣ୍ଡ ପାଇଁ ପ୍ରଦର୍ଶିତ କରିବାକୁ ପଡ଼ିବ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଟିଭି ଚ୍ୟାନେଲକୁ ନିର୍ଦ୍ଦେଶ ଦିଆଯାଇଛି।

Share