ପୁଣି କରଜ କରିବ ପାକିସ୍ତାନ

ଇସଲାମବାଦ,୧୭।୧୧: ପାକିସ୍ତାନର ଅର୍ଥନୀତି ଅଚଳାବସ୍ଥାଦେଇ ଗତି କରୁଥିବାବେଳେ ସେଥିରେ ଦାଉ ସାଧିଛି ଇସ୍ରାଏଲ-ହମାସ ଯୁଦ୍ଧ। ଯୁଦ୍ଧର ଗଭୀର ପ୍ରଭାବ ପାକିସ୍ତାନ ଉପରେ ପଡିଛି। ତେବେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ରୁ ପାକିସ୍ତାନ କରଜ ଆଣିବା ପାଇଁ ନିଷ୍ପତ୍ତି ନେଇଛି। ଏନେଇ ଦେଶର ଅର୍ଥ ମନ୍ତ୍ରୀ ଶାମଶାଦ ଅକତର କହିଛନ୍ତି, ଆମେ ଆଇଏମଏଫ ସହ ସୁସମ୍ପର୍କ ରକ୍ଷା କରୁଛୁ। ଆମ ଅର୍ଥନୀତି ଏବେ ଅଣ୍ଟା ସଳଖି ନାହିଁ। ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ପରେ ଦେଶକୁ ଏକ ଅରବ ଡଲାରର କରଜ ଶୁଝିବାର ଅଛି।
ଦେଶର କାମଚଳା ପ୍ରଧାନମନ୍ତ୍ରୀ ଅନବର-ଉଲ-ହକ କାକର ଆଇଏମଏଫକୁ କରିଥିବା ଚୁକ୍ତିନୁସାରେ ବିଶ୍ୱ ବ୍ୟାଙ୍କ, ଏସିଆୟୀ ବିକାଶ ବ୍ୟାଙ୍କ ଓ ଇସଲାମିକ ବିକାଶ ବ୍ୟାଙ୍କରୁ ୬.୩ ଅରବ ଡଲାର ଓ ଅନ୍ୟ ଦେଶରୁ ୧୦ଅରବ ଡଲାରର ଦ୍ୱୀପାକ୍ଷୀୟ ଫଣ୍ଡିଂ ହାସିଲ କରିବାକୁ ଚେଷ୍ଟା କରୁଛି।

Share