ପାକିସ୍ତାନକୁ ମିଳିପାରେ ଆଇଏମଏଫ ସହାୟତା: ସମୀକ୍ଷା ଦଳର ବୈଠକ ଆରମ୍ଭ…

ଇସଲାମାବାଦ,୩୧।୧ : ଋଣ ଏବଂ ଆର୍ଥିକ ସଙ୍କଟରେ ଥିବା ପାକିସ୍ତାନକୁ ସାତ ବିଲିୟନ ଡଲାରର ବର୍ଦ୍ଧିତ ପାଣ୍ଠି ସୁବିଧା ଯୋଗାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦଳ ପାକିସ୍ତାନରେ ପହଞ୍ଚିଛି। ଏହି ପାଣ୍ଠି ସୁବିଧାର ନବମ ସମୀକ୍ଷା ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।

ସ୍ଥାନୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ଚାରି ଦିନରେ ପାକିସ୍ତାନ ଏବଂ ଆଇଏମଏଫ ଅଧିକାରୀଙ୍କ ମଧ୍ୟରେ ବୈଷୟିକ ଆଲୋଚନା ହେବ। ଏହି ବୈଠକରେ ବିଭିନ୍ନ ବିଭାଗର ଆର୍ଥିକ ତଥ୍ୟ ସମୀକ୍ଷା କରାଯିବ। ପାକିସ୍ତାନରେ ଥିବା ଆଇଏମଏଫ ପ୍ରତିନିଧୀ କହିଛନ୍ତି ଯେ ଆଇଏମଏଫ ଟିମ ଜାନୁୟାରୀ ୩୧ ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ସମୀକ୍ଷା କରିବ। ୨୦୧୯ରେ ପାକିସ୍ତାନ ୬ ବିଲିୟନ ଡଲାର କାର୍ଯ୍ୟକ୍ରମରେ ପ୍ରବେଶ କରିଥିଲା, କିନ୍ତୁ ପରେ ଏହାକୁ ୭ ବିଲିୟନ ଡଲାରକୁ ବୃଦ୍ଧି କରାଯାଇଛି। ଡନ ନ୍ୟୁଜ ଅନୁଯାୟୀ ଯଦି ସବୁ ଠିକ ହୁଏ ତେବେ ଆଇଏମଏଫ ବାକି ୧.୮ ବିଲିୟନ ଡଲାର୍‌ ମୁକ୍ତ କରିବ।

Share