ଇସଲାମାବାଦ୍,୧।୨: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତ ସମ୍ପର୍କରେ ଏକ ଅଜବ ବିବୃତ୍ତି ଦେଇଛନ୍ତି। ପେଶୱାର ମସଜିଦରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ବିଷୟରେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତ କିମ୍ବା ଇସ୍ରାଏଲରେ ପୂଜା କରୁଥିବା ଲୋକଙ୍କ ଉପରେ କୌଣସି ଆକ୍ରମଣ ହୁଏ ନାହିଁ, କିନ୍ତୁ ଏହା ପାକିସ୍ତାନରେ ଘଟୁଛି। ଆମେ ହିଁ ଆତଙ୍କବାଦୀ ମଞ୍ଜି ବୁଣିଛୁ। ଆମ ଘରକୁ ସଜାଡ଼ିବା ଆବଶ୍ୟକ। ଦେଶ ବର୍ତ୍ତମାନ ଆତଙ୍କବାଦ ବିରୋଧରେ ଏକଜୁଟ ହେବା ଉଚିତ୍। ପେଶାୱାର ମସଜିଦରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୯୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୋଧରେ ଅଭିଯୋଗ ରହିଛି। ଏହି ପ୍ରସଙ୍ଗରେ ଭାରତ ସ୍ବର ଉତ୍ତୋଳନ କରୁଛି। ଏବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ନିଜେ ଏହି ସତ୍ୟକୁ ଗ୍ରହଣ କରିଛନ୍ତି।