‘ନ୍ୟୁଜିଲଣ୍ଡକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ୍‌ ପଛରେ ଭାରତର ଲିଙ୍କ୍‌’

ଇସ୍‌ଲାମାବାଦ,୨୨।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ତେବେ ଏହି ଗସ୍ତ ବାତିଲ ହେବା ପଛରେ ଭାରତର ଲିଙ୍କ୍‌ ରହିଛି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ କହିଛନ୍ତି।

ନ୍ୟୁଜିଲାଣ୍ଡ କ୍ରିକେଟ ଦଳକୁ ଯେଉଁ ଧମକପୂର୍ଣ୍ଣ ଇମେଲ ଆସିଥିଲା, ତାହାକୁ ଭାରତରୁ ପଠାଯାଇଥିଲା। ଏହି ଧମକ କାରଣରୁ ପାକିସ୍ତାନ ଗସ୍ତକୁ ବାତିଲ କରି ଚାଲି ଯାଇଥିଲା ନ୍ୟୁଜିଲାଣ୍ଡ। ଧମକପୂର୍ଣ୍ଣ ଇମେଲ୍‌ରେ ଭାରତର ଲିଙ୍ଗ୍‌ ଥିବା ତଦନ୍ତକାରୀ ଏଜେନ୍ସି ସୂଚନା ଦେଇଛି। ଏହା ପାକିସ୍ତାନ କ୍ରିକେଟ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ଚୌଧୁରୀ କହିଛନ୍ତି। ତେବେ ପାକିସ୍ତାନର ଅଭିଯୋଗ ଭିତ୍ତିହୀନ ଓ ଅମୂଳକ ଦର୍ଶାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି।

Share