ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା

ଇସଲାମାବାଦ,୨୩।୭: ପାକିସ୍ତାନରେ ଲଗାଣ ବର୍ଷା ଫଳରେ ଅଧିକାଂଶ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି। ପଞ୍ଜାବ ଓ ଖେବର ପଖତୁନଖ୍ବାରେ ସ୍ଥିତି ସବୁଠାରୁ ଖରାପ ରହିଛି। ଇସଲାମାବାଦରେ ମୂଷଳଧାରାରେ ମୌସୁମୀ ବର୍ଷା କାରଣରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଡନର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ବର୍ଷା ଯୋଗୁ ଅତିକମରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ଏପଟେ ଲଗାଣ ବର୍ଷା ଫଳରେ ମଧ୍ୟ ପାକିସ୍ତାନର ଲାହୋରରେ ବନ୍ୟା ଆସିଛି।
ପରିସ୍ଥିତିକୁ ଦେଖି ପିଡିଏମଏ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କହିଛନ୍ତି। ଏହାରି ଭିତରେ ଲାହୋରର ଅଧିକାରୀମାନେ ବଢୁଥିବା ଜଳସ୍ତରକୁ ଦେଖି ଏକ ସପ୍ତାହ ପାଇଁ ରାବି ନଦୀ ଓ ଲହଡିରେ ପହଁରିବାକୁ ବାରଣ କରିଛନ୍ତି। ଏହାସହ ନଦୀ କୂଳରେ ପିଲାମାନଙ୍କୁ ଖେଳିବାକୁ ବାରଣ କରାଯାଇଛି।

Share