Categories: ଜାତୀୟ

ନୌଗାମ୍‌ ସେକ୍ଟରରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼: ୨ ଯବାନ ଶହୀଦ୍‌, ୪ ଆହତ

ଶ୍ରୀନଗର, ୧।୧୦: ଜମ୍ମୁ-କଶ୍ମୀରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଉତ୍ତର କଶ୍ମୀରର କୁପଓ୍ବାର ଜିଲାର ନୌଗାମ୍‌ ସେକ୍ଟରରେ ଭାରତୀୟ ପୋଷ୍ଟ ଏବଂ ସୀମାବର୍ତ୍ତୀ ଗାଁଗୁଡ଼ିକ ଉପରେ ପାକିସ୍ତାନ ମୋର୍ଟାର ଶେଲିଂ ମାଡ଼ କରିଛି। ଏଥିରେ ୨ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଛନ୍ତି। ସେହିପରି ୪ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ଲାଗି ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରତୀୟ ସେନା ପକ୍ଷରୁ ଏହାର ଜବାବରେ ପାଲଟା ଗୁଳିଗୋଳା ମାଡ଼ କରାଯାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Share