ହିନ୍ଦୁ ସମ୍ପଦାୟର ଲୋକଙ୍କୁ କ୍ଷମା ମାଗିଲେ ପାକିସ୍ତାନ ଏମ୍‌ପି

ଇସଲମାବାଦ,୨୬।୨: ପାକିସ୍ତାନରେ ଇମ୍ରାନ ଖାନଙ୍କ ଶାସକ ଦଳର ଏମ୍‌ପି ଆମିର ଲିଆକତ ହୁସେନ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଥିବା ଟୁଇଟ୍‌ ଯୋଗୁ କ୍ଷମା ମାଗିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ସଦସ୍ୟ ଆମିର ଲିଆକତ ହୁସେନ ବିରୋଧୀ ଦଳର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜଙ୍କୁ ପରିହାସ କରିବା ପାଇଁ ହିନ୍ଦୁ ଦେବୀଙ୍କ ଫଟୋ ସହ ଟୁଇଟ୍‌ କରିବାରୁ ବିବାଦ ସୃଷ୍ଟି ହୋଇଥିଲା। ହୁସେନ ମଧ୍ୟ ଜଣେ ଜଣାଶୁଣା ଟିଭି ଆଙ୍କର୍‌ ଏବଂ ଜଣେ ପ୍ରସିଦ୍ଧ ଧାର୍ମିକ ବିଦ୍ୱାନ ଭାବରେ ଜଣାଶୁଣା କିନ୍ତୁ ଏହି କାର୍ଯ୍ୟ ଦ୍ୱାରା ସେ ହିନ୍ଦୁ ସମ୍ପ୍ରଦାୟ ତଥା ରାଜନେତାଙ୍କ ଟାର୍ଗେଟରେ ପହଞ୍ଚିଛନ୍ତି। ସିନ୍ଧ ପ୍ରଦେଶରେ ପିଟିଆଇର ପ୍ରତିନିଧୀ ରମେଶ କୁମାର ଭାନକୱାନି ହୁସେନଙ୍କ ଟୁଇଟକୁ ଲଜ୍ଜାଜନକ ବୋଲି କହିଛନ୍ତି। ସେ କହିଛନ୍ତି, ତୁରନ୍ତ ଏହି ଟୁଇଟ ଡିଲିଟ କରନ୍ତୁ ନଚେତ୍‌ ନିନ୍ଦା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ଆମର ଅଧିକାର ଅଛି।

Share