ପାକିସ୍ତାନୀ ନୈସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଇସଲାମାବାଦ,୪।୯: ପାକିସ୍ତାନୀ ନୈସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋମବାର ଦେଶର ବାଲୁଚିସ୍ତାନ ପ୍ରଦେଶରେ ନିୟମିତ ପ୍ରଶିକ୍ଷଣ ସମୟରେ ଏହି ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଅଧିକାରୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ନୈସେନା ମୁଖପାତ୍ର ଏ ବିଷୟରେ ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ହେଲିକପ୍ଟରରେ ଯାନ୍ତ୍ରିକ ସମସ୍ୟା ହେତୁ ଦୁର୍ଘଟଣାର କାରଣ ଦର୍ଶାଯାଇଛି। ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କକର ଏହି ହେଲିକପ୍ଟର ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

Share