ଇମ୍ରାନ୍‌ ଖାନଙ୍କ କୋଠରୀରେ ତିଆରି ହେଲା ଶୌଚାଳୟ

ଇସଲାମାବାଦ,୨୨।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ନିକଟରେ ଅଟକ ଜେଲର ଅବସ୍ଥା ଖରାପ ଏବଂ ଗୋପନୀୟତା ଅଭାବକୁ ନେଇ ଅଭିଯୋଗ କରିଥିଲେ। ଯାହା ପରେ ଏବେ ଅଟକ ଜେଲର କୋଠରୀରେ କବାଟ ସହିତ ପାଞ୍ଚ ଫୁଟ ଉଚ୍ଚ କାନ୍ଥ ବିଶିଷ୍ଟ ଶୌଚାଳୟ ମଧ୍ୟ ତିଆରି କରାଯାଇଛି।

ସୂଚନାଯୋଗ୍ୟ, ତୋଶାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ୍‌ ଖାନ ଇମ୍ରାନ ଖାନ ତିନି ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ପଞ୍ଜାବ ଜେଲ ବିଭାଗ (ପିପିଡି) ମୁଖପାତ୍ର କହିଛନ୍ତି ଯେ, ପାକିସ୍ତାନ ଜେଲ ନିୟମ, ୧୯୭୮ର ୨୫୭ ଏବଂ ୭୭୧ଅନୁଯାୟୀ ସମସ୍ତ ସୁବିଧା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟଙ୍କ ପାଇଁ ଉପଲବ୍ଧ କରାଯାଇଛି।

 

 

Share