Posted inଫୁରସତ

ବୁଲେଟିନ୍‌ ଚାଲିଥିବା ବେଳେ ଝଗଡ଼ାରେ ମାତିଲେ ପାକିସ୍ତାନ ଚ୍ୟାନେଲ୍‌ର ଦୁଇ ଆଙ୍କର୍‌, ହସି ହସି ଗଡ଼ୁଛନ୍ତି ଲୋକେ

ସାଧାରଣତଃ ଟେଲିଭିଜନ୍‌ରେ କୌଣସି ଡିବେଟ୍‌ ବେଳେ ଆମେ ଆଙ୍କର(ଉଦ୍‌ଘୋଷକ) ଏବଂ ଅତିଥିମାନଙ୍କ ମଧ୍ୟରେ କଥା କଟାକଟି ଦେଖିଥାଉ। ହେଲେ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଦୁଇଜଣ ଆଙ୍କର ପରସ୍ପର ପ୍ରତି କଟୁ ମନ୍ତବ୍ୟ ଦେବା ସହ ଝଗଡ଼ା କରିବା ଭଳି ଏକ ଘଟଣା ପାକିସ୍ତାନରୁ ଆସିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।
ଦେଶର ନ୍ୟୁଜ୍‌ ଚ୍ୟାନେଲ୍‌ ‘ସିଟି ୨୪’ରେ ଏକ ବୁଲେଟିନ୍‌ ଚାଲୁଥିଲା। ଏହି ସମୟରେ ୩୦ ସେକେଣ୍ଡ ଧରି ଦୁଇଜଣ ଆଙ୍କର(ଜଣେ ମହିଳା, ଜଣେ ପୁରୁଷ) ନିଜ ନିଜ ମଧ୍ୟରେ ଝଗଡ଼ା କରିବାକୁ ଲାଗିଥିଲେ।

ପୁରୁଷ ଉଦ୍‌ଘୋଷକଜଣଙ୍କ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ଚିତ୍କାର କରି ‘ ମୁଁ କେମିତି ତାଙ୍କ ସହ ନ୍ୟୁଜ୍‌ ବୁଲେଟିନ୍‌ କରିବି। ସେ(ଯୁବତୀ) କହୁଛନ୍ତି, ମୋ ସହ କଥା ହୁଅନାହିଁ। ଯଦି ତୁମର ବ୍ୟକ୍ତିଗତ କାରଣ ରହିଛି ତେବେ ସେଗୁଡ଼ିକୁ ମୋ ସହ ବାଣ୍ଟ ନାହିଁ ବୋଲି ପୁରୁଷ ଉଦ୍‌ଘୋଷକ କହୁଛନ୍ତି।

ଏହାର ଜବାବରେ ମୁଁ ତୁମ କଣ୍ଠସ୍ବର ବିଷୟରେ କହୁଛି। ମୋ ସହ ସମ୍ମାନର ସହ କଥା ହୁଅ ବୋଲି ମହିଳା ଉଦ୍‌ଘୋଷକ କହୁଛନ୍ତି। ପୁନର୍ବାର ଏହାର ଜବାବ ଦେବାକୁ ଯାଇ ପୁରୁଷ ଉଦ୍‌ଘୋଷକ ପ୍ରଶ୍ନ କରିଛନ୍ତି, ମୁଁ ତୁମକୁ ଅସମ୍ମାନ କରିଛି? ଏହାର ଜବାବରେ ଜାହିଲ୍‌ ବୋଲି ମହିଳା ଉଦ୍‌ଘୋଷକ କହିଛନ୍ତି। ପରେ କଥା ଏତେ ବଢ଼ିଯାଉଛି ଯେ ପୁରୁଷ ଉଦଘୋଷକ ରାଗି ଯାଉଛନ୍ତି। ତେବେ ମଜା କଥା ହେଲା ଏଗୁଡ଼ିକ ରେକର୍ଡ ହୋଇ ଅନ୍‌ ଏୟାର ହୋଇଛି। ଲଢ଼େଇ ଦେଖି ଅନେକ ହସି ହସି ଗଡ଼ୁଛନ୍ତି। କେହି କେହି ଏଭଳି କରିବା ଉଚିତ ନୁହେଁ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣସ୍ତମ୍ଭ ଚାରିପଟେ ୮ ଘୋଡ଼ା ଗତିଶୀଳ ମୁଦ୍ରାରେ ରହିଥିଲେ

ଆମେ ଗତ ସଂଖ୍ୟାରେ ଆଲୋଚନା କରିଥିଲେ ରାଜ୍ୟ ପ୍ରଶାସନ କୋଣାର୍କଠାରେ ମନ୍ଦିର ନିର୍ମାଣ କାର୍ଯ୍ୟରେ ମଗ୍ନଥିବା ଶିଳ୍ପୀଙ୍କ ପ୍ରତି କେତେ ସତର୍କ ଥିଲେ। ଦୋଳ ଉତ୍ସବ...

୬୬ ବର୍ଷ ପୂର୍ବରୁ ପୃଥିବୀରେ ଅଛି HMPV Virus, ଅଣଦେଖା କରିବାରୁ ନେଉଛି ପ୍ରତିଶୋଧ! ଜାଣନ୍ତୁ ଏହା କେତେ ଭୟଙ୍କର

ବେଜିଂ/ନୂଆଦିଲ୍ଲୀ,୬।୧: ବିଶ୍ୱରେ ଅନେକ ପ୍ରକାରର ଭାଇରସ ଅଛନ୍ତି, ସେଥିମଧ୍ୟରୁ କେତେକ ବିପଜ୍ଜନକ ହୋଇଥିବାବେଳେ କେତେକ କମ କ୍ଷତିକାରକ। ଏହି ଜୀବାଣୁ ଉପରେ ଅଧ୍ୟୟନ କରିବା ପରେ...

ମଣିଷ ଶରୀରର ମାଂସ ଖାଇବା ସହ ଖପୁରୀରେ…ଅଘୋରୀମାନେ ଏମିତି କରନ୍ତି ଲୋମଟାଙ୍କୁରା ସାଧନା

ଆଘୋରୀ… ସାଧୁମାନଙ୍କର ଏକ ସମ୍ପ୍ରଦାୟ ଯାହାଙ୍କୁ ନେଇ ସମସ୍ତଙ୍କଠାରେ କୌତୁହଳ ରହିଛି। ସେମାନଙ୍କ ଦୁନିଆ ରହସ୍ୟପୂର୍ଣ୍ଣ ବୋଲି କୁହାଯାଏ। ଅଘୋରୀମାନେ ଶ୍ମଶାନରେ ରହିବା ସହ ସେଠାରେ...

କେଶ ଝଡ଼େ, ହେଲେ ନିଶ ଦାଢ଼ି ଝଡ଼େନା କାହିଁକି? ଜାଣନ୍ତୁ…

କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଯାହାକୁ ଦେଖିବ ସେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ କେବେ ଭାବିଛନ୍ତି କି...

ଦୃଷ୍ଟିବାଧିତଙ୍କ ସୃଜନଶୀଳତା ପାଇଁ ବ୍ରେଲି

ମନର କଥା ଏବଂ ସୃଜନଶୀଳତାର ପରିପ୍ରକାଶ ପାଇଁ ସଭିଙ୍କ ମନରେ ଥାଏ ବହୁ ଉତ୍କଣ୍ଠା। ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା, ପଢ଼ିବା...

୨୦୨୫ରେ ବିନାଶ ହୋଇଯିବ ମଣିଷ! ନୂଆ ବର୍ଷ ଆରମ୍ଭରୁ ଚମକାଇଲା ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ଘଟିବ ଏମିତି…

ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ରେ ମନୁଷ୍ୟର ବିଲୁପ୍ତ ହେବାର ପୂର୍ବାନୁମାନ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଅତୀତରେ ତାଙ୍କ ଦ୍ୱାରା କରାଯାଇଥିବା...

ଧୀରେନ୍ଦ୍ର ଶାସ୍ତ୍ରୀ କହିଲେ ବଢିଆ ଉପାୟ: ୧ ଜାନୁଆରୀରୁ ଏପରି କଲେ ମା’ ଲକ୍ଷ୍ମୀ କରିବେ ଧନବାନ

ନୂଆଦିଲ୍ଲୀ,୩୧।୧୨: ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏହି ନୂଆବର୍ଷ ନୂଆ ଆଶା ଏବଂ ନୂଆ ସ୍ୱପ୍ନରେ ଉତ୍ସାହ ଭରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରବଚକ...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri